centurian jitm

ନିଆରା ଚି‌ନ୍ତନ : ଜନ୍ମଦିନରେ ଅଙ୍ଗଦାନ ଅଭିଯାନରେ ସାମିଲ୍‌ ହେଲେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର

nschool

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ସେ ଆଜି କଟକସ୍ଥିତ ‘ସମାଜ’ କାର୍ୟ୍ୟାଳୟକୁ ଯାଇ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶରୀର ଓ ଅଙ୍ଗଦାନ ଅଭିଯାନରେ ସାମିଲ ହୋଇଛନ୍ତି।

ଶ୍ରୀମତୀ ମିଶ୍ର ଆଜି ସମାଜ କାର୍ୟ୍ୟାଳୟ ପରିସରରେ ଥିବା ‘ଶରୀର ଓ ଅଙ୍ଗଦାନ ଅଭିଯାନ’ ସଭାପତି ତଥା ଲୋକସେବକ ମଣ୍ଡଳର ସମ୍ପାଦକ ଡଃ ପ୍ରଭାସ ଆଚାର୍ୟ୍ୟ ଓ ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତାଙ୍କୁ ଭେଟି ମୃତ୍ୟୁ ପରେ ତାଙ୍କର ଶରୀରକୁ ଅନ୍ୟକୁ ଦାନ କରିବା ନିମନ୍ତେ ଆନୁଷ୍ଠାନିକ ଚୁକ୍ତିବଦ୍ଧ ଓ ସତ୍ୟପାଠ କରିଛନ୍ତି । ଶ୍ରୀମତୀ ମିଶ୍ର ଅଙ୍ଗଦାନ ପାଇଁ ଅଙ୍ଗୀକାରବଦ୍ଧ ହେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସଚେତନତାର ଅଭାବ ହେଉ କି ଅନ୍ଧବିଶ୍ୱାସ ଯୋଗୁଁ ଭାରତରେ ସେଭଳି ଆଖିଦୃଶିଆ ଅଙ୍ଗଦାନ ହୋଇପାରିନାହିଁ । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ପ୍ରତିବର୍ଷ ପ୍ରାୟ ୫ଲକ୍ଷ ଲୋକଙ୍କର ଶରୀରର ବିଭିନ୍ନ ଅଙ୍ଗ ଅକାମୀ ହୋଇଯାଉଥିବାରୁ ସେମାନଙ୍କର ମୃତ୍ୟୁ ହେଉଛି। ତେଣୁ ଅଙ୍ଗଦାନ କରି ଯଦି ଏଭଳି ଲୋକଙ୍କ ମୁହଁରେ ଓ ସେମାନଙ୍କର ପରିବାର ମୁହଁରେ ଟିକେ ହସ ଫୁଟାଇ ପାରିବା, ତା’ହେଲେ ଏହାଠାରୁ ବଡ଼ ମହତ କାମ ଓ ଆତ୍ମସନ୍ତୋଷ ଆଉ କିଛି ହୋଇନପାରେ। ଅଙ୍ଗଦାନ ସବୁଠୁ ମହତ ଦାନ। ମୃତ୍ୟୁପରେ ସ୍ୱେଚ୍ଛାକୃତ ଅଙ୍ଗଦାନକୁ ପ୍ରୋତ୍ସାହିତ କରାଗଲେ ଅନେକ ମୂଲ୍ୟବାନ ଜୀବନ ବଂଚାଇ ହେବ। ନିକଟରେ ଦିଲ୍ଲୀରେ ମାତ୍ର ୨୦ମାସର ଶିଶୁ ବ୍ରେନ୍ ଡେଡ୍ ଅବସ୍ଥାରେ ନିଜର ଅଙ୍ଗଦାନ କରି ୫ଜଣଙ୍କ ଜୀବନକୁ ବଂଚାଇ ପାରିଛି। ତେଣୁ ମୃତ୍ୟୁ ପରେ ମୋ’ର ଶରୀର ଅନ୍ୟ କାହାରି ଜୀବନ ବଂଚାଇବା ସହ ଚିକିତ୍ସା ବିଜ୍ଞାନ ଗବେଷଣା ପାଇଁ ଉପଯୋଗ ହେଉ ବୋଲି ଆଶା ରଖି ଅଙ୍ଗଦାନ ନିମନ୍ତେ ଚୁକ୍ତିବଦ୍ଧ ହୋଇଛି। ମୃତ୍ୟୁ ପରେ ଯଦି ଆମର ଶରୀର ଅନ୍ୟର କାମରେ ଆସିପାରୁଛି ଓ ଅନ୍ୟମାନଙ୍କ ଜୀବନ ବଂଚାଇବାରେ ସହାୟକ ହେଇପାରୁଛି, ତା’ହେଲେ ଏଥିପ୍ରତି ସମସ୍ତେ ଆଗେଇ ଆସିବା ଉଚିତ୍ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହୋଇଥିବାବେଳେ ‘ଶରୀର ଓ ଅଙ୍ଗଦାନ ଅଭିଯାନ’ କାର୍ୟ୍ୟାଳୟ ପରିସରରେ ‘ଦୈନିକ ସମାଜ’ର ପ୍ରିଣ୍ଟର୍ସ ଓ ପବ୍ଲିସର ନିରଞ୍ଜନ ରଥ ଏବଂ କାର୍ୟ୍ୟକାରୀ ଜେନେରାଲ ମ୍ୟାନେଜର ପ୍ରିୟବ୍ରତ ମହାନ୍ତି, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଆଶୀଷ ମିଶ୍ର, ଯୁବ ବିଜେଡି ରାଜ୍ୟ ସମ୍ପାଦକ ଅପର୍ଣ୍ଣା ଦାସ, ଛାତ୍ର ବିଜେଡି ସମ୍ପାଦିକା ପ୍ରୀତି ପ୍ରିୟଙ୍କା ଓ ଲକ୍ଷ୍ମୀପ୍ରିୟା ଦୀକ୍ଷିତ, ଛାତ୍ର ବିଜେଡି ଯୁଗ୍ମ ସମ୍ପାଦିକା ସୁପ୍ରୀତି ଶର୍ମା, ପୂର୍ଣ୍ଣିମା ବେହେରା ଓ ସୋନାଲି ସାହୁଙ୍କ ସମେତ କଟକ ପାନ୍ଥନିବାସର ମ୍ୟାନେଜର ତାରିକ୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!