jayashree

କେସିଙ୍ଗା ମହାସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧୬ ତାରିଖରେ ହେବାକୁ ଥିବା ଅର୍ନ୍ତରାଷ୍ଟ୍ରୀୟ ପ୍ରେସଡେ ପାଳନ ପାଇଁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ଥାନୀୟ ହୋଟେଲ୍ ବୃନ୍ଦାବନ ଇନ ଠାରେ ସଭାପତି ଦୟାନିଧି ସୁନାନୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଜାତୀୟ ପ୍ରେସ ଦିବସକୁ ମହାସମାରୋହରେ ପାଳନ କରିବା ପାଇଁ ସଭାପତିଙ୍କ ସମେତ ସମସ୍ତ ସଦସ୍ୟ ଆଗ୍ରହ ପ୍ରକାଶ କରି ଆୟୋଜନର ରୂପରେଖ ଉପରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତିକୁ ଅନ୍ତିମ ରୂପ ଦିଆଯାଇଥିଲା । ଆର ବର୍ଷରୁ ଏହି ବର୍ଷ କିଛି ନୂଆ କରିବା ପାଇଁ ବିଶେଷ ବିଚାର କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ସମ୍ପାଦକ ପ୍ରୀତେସ ପଟେଲ, ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ, ସୁଶାନ୍ତ ମହାପାତ୍ର, ମହମ୍ମଦ ଆଗାଜାନ, ସାଂଗଠାନିକ ସମ୍ପାଦକ ବିବେକ ଦାସ, ମନୋଜ ସିଂ, ଶିବ ପ୍ରସାଦ ସାହୁ, ସଂଗ୍ରାମ କେଶରୀ ଦେଓ, ସତ୍ୟ ମହାନନ୍ଦ, ତେଜ ରାଜ ସାହୁ, ପ୍ରସନ୍ନ ନାଏକ, ମଧୁସୂଦନ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.