ପାଣି ପାଇଁ ହାହାକାର ଲୋକେ : ୩ ବର୍ଷ ହେଲାଣି ଅଧାପନ୍ତରିଆ ଅବସ୍ଥାରେ ପ୍ରକଳ୍ପ

ସଇଁନ୍ତଲା, (ଅଜିତ କୁମାର ସାହୁ) ; ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କେରମେଲି ଅନ୍ତର୍ଗତ କରେଲଧୁଆ ଗ୍ରାମରେ ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ୬୯ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୂଚନା ମତେ ୨୦୧୮-୧୯ ମସିହାରେ କରେଲଧୁଆ ନିକଟ ଆଦିବାସୀ ପଡାଠାରେ ବସୁଧା ଯୋଜନରେ ୬୯ ଲକ୍ଷ ୫୦ ହଜାର ଲିଟର ବିଶିଷ୍ଟ ଓଭରହେଡ ପାଣି ଟାଙ୍କି ନିର୍ମାଣ ଆରମ୍ଭ ହୋଇଥିଲା । ୩ ବର୍ଷ ବିତିଯାଇ ଥିଲେ ମଧ୍ୟ କାମ ସଂମୂର୍ଣ୍ଣ ହୋଇନାହିଁ । ପାଣି ପାଇଁ ବାଲିଚୁଆଁ ଲୋକଙ୍କ ଭରସା ପାଲଟିଛି । ଅନ୍ୟପଟେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ନ ଥିବା ବେଳେ ପରିମଳ ବିଭାଗ ଯନ୍ତ୍ରୀ ପ୍ରଭାତ ସେଠୀ ଅସନ୍ତୋଷ ପ୍ରକାଶ କରିବା ସହ ଠିକାଦାରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ମଧ୍ୟ ନିଆଯିବ ବୋଲି ପ୍ରକାଶ କରଛନ୍ତି ।

Leave A Reply

Your email address will not be published.