ଭୁବନେଶ୍ୱର : ବିଧାନସଭାରେ ଶପଥ ନେଲେ ନବ ନିର୍ବାଚିତ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ଉପବାଚସ୍ପତି ରଜନୀକାନ୍ତ ସିଂହ । ଶପଥ ଉତ୍ସବରେ ଶାସକ ବିଜେଡି ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ ।
ସୂଚନା ଅନୁସାରେ ସୋମବାର ପୂର୍ବାହ୍ନ ୧୦ଟା ୪୦ରେ ବିଧାନସଭାରେ ପହଞ୍ଚିଥିଲେ । ଦୀପାଳିଙ୍କ ସହିତ ତାଙ୍କ ମା’ ଓ ଭାଇ ମଧ୍ୟ ଆସିଲେ । ପରେ ପୂର୍ବାହ୍ନ ୧୧ଟା ସମୟରେ ଉପବାଚସ୍ପତି ରଜନୀକାନ୍ତ ସିଂହ ନବ ନିର୍ବାଚିତ ବିଧାୟିକାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଝାରସୁଗୁଡ଼ା ଉପନିର୍ବାଚନରେ ୪୮ ହଜାର ଭୋଟରେ ଜିତିଥିଲେ ଦୀପାଳି ଦାସ ।