csstore

ଭାରତ ସ୍କାଉଟ୍ ଓ ଗାଇଡ୍‌ର ଅନ୍ତର୍ଜାତୀୟ ଶାନ୍ତି ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ୍ ପକ୍ଷରୁ ପ୍ରତିବର୍ଷ ପରି ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ ହୋଇଯାଇଛି । ପ୍ରତିକୂଳ ପାଗ ସତ୍ତ୍ବେ ସେକ୍ଟର ୧ ସ୍କାଉଟ ଭବନଠାରେ କବ୍ ବୁଲବୁଲ, ସ୍କାଉଟ ଗାଇଡମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ଏହି ଦିବସ ପରିପ୍ରେକ୍ଷୀରେ ଚିତ୍ରାଙ୍କନ, ଚାରାରୋପଣ, ଶାନ୍ତି ଶପଥ ଓ ଶାନ୍ତି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଆୟୋଜିତ ସଭାରେ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକ, ସ୍କାଉଟ କମିଶନର ବ୍ରଜେନ୍ଦ୍ର ଦାଶ ଦିବସର ମହତ୍ତ୍ବ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ରାଡହର ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର, ଓଏସ୍‌ଏପି ଉଚ୍ଚ ବିଦ୍ୟାଳୟ, ଚିନ୍ମୟ ବିଦ୍ୟାଳୟ, ଇସ୍ପାତ ଶିକ୍ଷା ସଦନ, ନୀଳମାଧବ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀମାନେ ସାମିଲ ହୋଇଥିଲେ । ଦିବସର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଅରୁଣ କୁମାର ସ୍ବାଇଁ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର ପାଣି, ହୃଷିକେଶ ନାୟକ, ସାଂଗଠନିକ କମିଶନର ଅଭୟ ବିଶ୍ବାଳ, ଟ୍ରେନିଂ କମିଶନର ସୁଶାନ୍ତ ବିଶ୍ବାଳ, ଶ୍ରୀବତ୍ସ ସାମଲ, ବିଜୟାନନ୍ଦ ଦାଶ, ଗାଇଡ୍ କ୍ୟାପଟେନ ଲକ୍ଷ୍ମୀ ସାହୁ, ସୀମା ଚକ୍ରବର୍ତ୍ତୀ, ସୁଜାତା ଦାଶ, ମେରୀ ସାହୁ, ଶ୍ରୀଲେଖା ପଟ୍ଟନାୟକ, ପ୍ରୀତିଲେଖା ପାତ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ପ୍ରତିକୂଳ ପାଗରେ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗଦେଇ ଥିବାରୁ ସଂପାଦକ ଶ୍ରୀ ନାୟକ କୃତଜ୍ଞତା ଜଣାଇଛନ୍ତି ।

jayashree
Leave A Reply

Your email address will not be published.