csstore

ଶ୍ରାବଣ ପୂର୍ଣ୍ଣିମା ଅବସରରେ ଶୈବପୀଠରେ ଜଳାଭିଷେକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ବିଭିନ୍ନ ଶୈବପୀଠରେ ଆଜି ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ମ.ରାମପୁର ବ୍ଲକ ଅନ୍ତର୍ଗତ ଟୁର୍ଚ୍ଚି ଗ୍ରାମବାସୀ ନିକଟସ୍ଥ ଉତେଇ ନଦୀରୁ ସାମାଜିକ ଦୂରତା ସହିତ ଧାଡ଼ି ବାନ୍ଧି ଜଣକ ପରେ ଜଣେ କରି ଶିବ ମନ୍ଦିରରେ ୧୦୮ଗରା ପାଣିରେ ଜଳାଭିଷେକ କରିଥିବା ଜଣାପଡିଛି । ଶ୍ରଦ୍ଧାଳୁମାନେ ନଦୀରୁ ମନ୍ଦିର ଯାଏଁ ଧାଡ଼ିରେ ଠିଆ ହେଇ ଏହି ଭକ୍ତିପୂତ ତଥା ପବିତ୍ର କାର୍ଯ୍ୟ କରିଥିବା ଦେଖିବାକୁ ମିଳିଥିଲା । ଠିକ୍ ସେହିପରି ପୂର୍ଣ୍ଣିମା ଅବସରରେ ସାଇଦଲଙ୍ଗା ଗ୍ରାମବାସୀ ତାଲିଜୋରଠାରୁ ଧାଡ଼ିରେ ଠିଆହେଇ ୧୦୮ଗରା ପାଣିରେ ଜଳାଭିଷେକ କରିଥିବା ଦେଖାଯାଇଛି ।

jayashree
Leave A Reply

Your email address will not be published.