csstore

ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅକଳ୍ପନୀୟ ସାହିତ୍ୟର ସ୍ରଷ୍ଟା ଥିଲେ ସ୍ୱଭାବ କବି ଗଙ୍ଗାଧର ଜୀବନ ଓ ଜଗତକୁ ଏକ ନୂତନ ଦୃଷ୍ଟିଭଙ୍ଗୀ ନେଇ ସେ ସାହିତ୍ୟ ସର୍ଜନା କରି ସବୁ ସମୟର ମଣିଷକୁ ମାର୍ଗଦର୍ଶନ ଦେଇ ଆସିଛନ୍ତି ବୋଲି ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅବସରରେ ମତ ପ୍ରକାଶ ପାଇଛି । ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ତଥା ସାମ୍ବାଦିକ ସନ୍ଦିପ କୁମାର କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂଲାଗୁରି ଓ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ କବି ଭାଗିରଥି ମିଶ୍ର ଯୋଗଦେଇ ମହାନ କବିଙ୍କ ସୃତି ଚାରଣ କରିବା ସହ ତାଙ୍କ କାଳଜୟୀ ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କୋଶଳ କଳାମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ ‘ର ଦ୍ୱିତୀୟ ସଂଖ୍ୟାକୁ ମଂଚାସୀନ ଅତିଥି ମାନେ ଲୋକାର୍ପିତ କରିଥିଲେ । ଚତୁରଙ୍ଗର ଲୋକାର୍ପଣ ପରେ ପ୍ରଫେସର୍ ମଧୁସୂଦନ ପତି ସାଂପ୍ରତିକ ସାହିତ୍ୟ ଓ ଗଙ୍ଗାଧରଙ୍କ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ବେହେରା, ଶିକ୍ଷକ ରାମଗୋପାଳ ଖମାରୀ ଶର୍ମା ସମେତ ବହୁ ବକ୍ତା ମେହେର ସାହିତ୍ୟ ଉପରେ ନିଜନିଜ ବକ୍ତବ୍ୟ ରଖିଥିଲେ । ଶେଷରେ ଆରତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.