pakka

ବିଧାୟକ ସରୋଜ ମେହେରଙ୍କ ଦ୍ଵାରା ସେଲ୍ପି ପିଏଣ୍ଟ ଉଦ୍‌ଘାଟନ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରତ୍ୟେକ ସହର ଗୁଡ଼ିକରେ ନିର୍ମିତ ହୋଇଥିବା ସେଲ୍ଫି ପଏଣ୍ଟ ଜନସାଧାରଣଙ୍କ ମନକୁ ବେଶ ଆକର୍ଷିତ କରୁଛି । ବିଶେଷ କରି ସେଲ୍ଫି ପଏଣ୍ଟଟି ଯୁବକ ଯୁବତୀମାନଙ୍କ ପାଇଁ ସେଲ୍ଫି ନେବାରେ ନିଶ୍ଚିତ ଭାବରେ ବେଶ ଆକର୍ଷିତ କରୁଛି । ବଲାଙ୍ଗିର ପଟୁ ପାଟଣାଗଡ଼ ସହରକୁ ପ୍ରବେଶ କରିବା ଦ୍ୱାର ତଥା ସାପ୍ତାହିକ ବଜାର ପାଖରେ ନିର୍ମାଣ ହୋଇଥିବା ଆଧୁନିକିକରଣ ହାଇଲୋଜିନ ଲାଇଟ୍ ଓ ଘାସର ଗାଲିଚା ସହ ସୁନ୍ଦର ଭାବେ ନିର୍ମିତ ହୋଇଥିବା ସେଲ୍ଫି ପଏଣ୍ଟକୁ ଗତକାଲି ସନ୍ଧ୍ୟା ୭ ଘଣ୍ଟା ସମୟରେ ପାଟଣାଗଣ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପାଟଣାଗଡ଼ ସହରକୁ ସରସ ସୁନ୍ଦର ଭାବେ ଗଢି ତୋଳିବାରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମେହେର ରାତି ଦିନ ପ୍ରାୟସ ଜାରି ରଖିଛନ୍ତି । ସହରବାସୀ କିପରି ଭାବରେ ସ୍ୱଚ୍ଛ ନର୍ମଳ ପରିବେଶରେ ରହିବେ ସେ ନେଇ ଆଗକୁ ଅନେକ କାମ ହାତକୁ ନେଇଛନ୍ତି । ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ଆଇ ଲଭ୍ ପାଟଣାଗଡ଼ ଲେସ୍ଫି ପଏଣ୍ଟଟି ପାଟଣାଗଡ଼ ସହରର ସୌନ୍ଦର୍ଯ୍ୟ ବଢ଼ାଇବାରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ ପାଉଛି । ଅନୁଷ୍ଠିତ ଉତ୍ସବରେ ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଳ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେର, ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ଏନ୍‌ଏସି ବିଧାୟକଙ୍କ ପ୍ରତିନିଧି ସୁକୁମାର ବାରିକ, ପରେଶ ସାହୁ, ପ୍ରମୋଦ ମେହେର, ସମସ୍ତ କାଉନସିଲ ସହ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

thirteen + 1 =