jsm

ଅଭିଭାବକ ସହ ମତ ବିନିମୟ କାର୍ଯ୍ୟକ୍ରମ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ନିର୍ମଲ୍‌ସ ଏଜୁକେସନ ଟ୍ରଷ୍ଟର ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର ଗତ ୬ ତାରିଖରୁ ଆରମ୍ଭ ହୋଇ ଗତକାଲି ଶେଷ ଦିନରେ ଅଭିଭାବକ ସହ ମତ ବିନିମୟ କାର୍ଯ୍ୟକ୍ରମ ସହ ସମାପ୍ତ ହୋଇଛି । ସ୍କୁଲର ଅଧ୍ୟକ୍ଷା ସୋନା ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତା ଓ ଉପାଧ୍ୟକ୍ଷା ମଧୁମିତା ସେନ୍‌ଙ୍କ ଆବାହକତ୍ୱ ତଥା ଅମ୍ରିତା ସରକାରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସେକ୍ଟର ୧୬ ଡିଏଭି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଯଶବିନ୍ଦର କୌର ମୁଖ୍ୟ ଅତିଥି, କବି ତଥା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା ଓ ରୋଟାରୀଆନ ବିଶ୍ୱଜିତ ପତି, ସମାଜସେବୀ ଅଶୋକ କକ୍କଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଭିଭାବକ ସହ ମତ ବିନିମୟ କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ପିତାମାତାଙ୍କ ଭୂମିକା, ଶିଶୁଙ୍କୁ ସଂସ୍କାର ଶିଖାଇବା, ସେମାନଙ୍କ ସହ ସମୟ ବିତାଇବା ଓ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା କୁ ଲୋକଲୋଚନରେ ଆଣିବା ପାଇଁ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ପରେ ଶିଶୁ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସ୍କୁଲର ଟ୍ରଷ୍ଟି ଗୀତା ଦାସ, ରବି ଦାସ, ସିଦ୍ଧାର୍ଥ ଦାସଙ୍କ ସମେତ ଶିକ୍ଷୟିତ୍ରୀ ପ୍ରିତି, ରାଜ, ଲଳିତା, ଦୀପ୍ତି, ମୀନୁ, ମୀରା, ଡଲି, ତନୁ, ଅଞ୍ଜଳୀ ମାମ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଶିବିରରେ ସ୍କୁଲରେ ପଢୁଥିବା ଛାତ୍ର ଛାତ୍ରୀଙ୍କୁ ଯୋଗ, ନୃତ୍ୟ, ଗୀତ, ବୃକ୍ଷ ରୋପଣ, ଚିତ୍ରାଙ୍କନ, ସନ୍ତରଣ, ଖେଳକୁଦ, ରାମ୍ପ ସୋ, ଶରୀରରେ ଭଲ ସ୍ପର୍ଶ ଓ ମନ୍ଦ ସ୍ପର୍ଶ ସଂପର୍କରେ ଶିକ୍ଷା ଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଅଭିଭାବକ ଯୋଗଦେଇଥିବା ବେଳେ ସଂଯୋଜିକା ଶ୍ରୀ ମତୀ ସରକାର ଅତିଥିଙ୍କ ପରିଚୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

yuvodaya
Leave A Reply

Your email address will not be published.