pakka

ମ.ରାମପୁରେ ବେଡ଼ମିଣ୍ଟନ ପ୍ରତିଯୋଗିତା : ସିଜନ୍ ଦୁଇ

ମ.ରାମପୁର (ହେମନ୍ତ ସାହୁ) : ମ.ରାମପୁର ବେଡ଼ ମିଣ୍ଟନ ଆସୋସିଏସନ୍ ତରଫରୁ ବେଡ଼ ମିଣ୍ଟନ ସିଜନ ଦୁଇ ଅବସରରେ ବେଡ଼ ମିଣ୍ଟନ ପ୍ରତିଯୋଗିତା ହାଇସ୍କୁଲ ଛକ ନିକଟରେ ଆୟୋଜିତ ହେଇଯାଇଛି । କଳାହାଣ୍ଡି ବେଡ଼ ମିଣ୍ଟନ ଆସୋସିଏସନ୍ର ସଭାପତି ପ୍ରଦୀପ ଦାଶଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ତୁଷୁରା, ନର୍ଲା, ରୁପ୍ରା, ସଇଁନ୍ତଲା, ବଲାଙ୍ଗିର, ରିଷିଡ଼ା, କର୍ଲାମୁଣ୍ଡାରୁ ୨୪ଟି ଦଳ ଅଂଶ ଗ୍ରହଣ କରିଥିଲେ । ସମ୍ମାନୀତ ଅତିଥିଭାବରେ ସନ୍ଦିପ ମିଶ୍ର, ସରୋଜ କୁମାର ମହାରଣା, ଦୀପକ ସାଗର ମଞ୍ଚାସୀନ ରହିଥିଲେ । ମ.ରାମପୁର ବେଡ଼ ମିଣ୍ଟନ ଆସୋସିଏସନ୍ର ସଭାପତି ରୁଦ୍ର ପ୍ରସାଦ ମହାନ୍ତି ସଭାପତିତ୍ୱ କରିଥିଲେ । ସିଜିନ୍ ଦୁଇରେ ଚାମ୍ପିଅନ ସଇଁନ୍ତଲାର ବିକାଶ ଓ ସୌମ୍ୟ ହୋଇଥିବାବେଳେ ରର୍ନ୍ସଅପ୍ ମ.ରାମପୁରର ଟେକ ଏବଂ ଅଶ୍ରୁ ହୋଇଥିଲେ । ଶ୍ରେଷ୍ଠ ଖେଳାଳି ଭାବରେ ଆୟୁଷ ପାତ୍ର ଏବଂ ମେନ ଅଫ୍ ଦି ଫାଇନାଲ ଭାବରେ ବିକାଶ ଏବଂ ବେଷ୍ଟ ଭୋଲେଣ୍ଟିଅର ଭାବରେ ଲଳିତ, ଅଭିଷେକ ଏବଂ ବାପୁଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ ଦୀପ, ମୁନା ସେଠୀ, ସନ୍ତୋଷ ବାଗ, ପ୍ରଭାସ ସାହୁ, ଅଶ୍ରୃ, ଟେକ, ଲଳିତ, ରାଜା, ମଣ୍ଟୁ, ରାକେଶ, ମୁକେଶ, ଅକ୍ଷୟ, ଆୟୁଷ, ଆଲୋକ, ଅଭିଷକ, ଉମାକାନ୍ତ, ଶାଶ୍ୱତ, ସୋହନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

12 − 9 =