pakka

ବିଲେଇସର୍ଡା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବଲାଙ୍ଗିର ଚମ୍ପିଆନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ଖେଳ ପଡିଆରେ ସ୍ଥାନୀୟ ଫୁଟବଲ ଏସୋସିଏସନ ପକ୍ଷରୁ ଆୟୋଜିତ ୭୮ତମ ଆଞ୍ଚଳିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତ ୦୯/୦୧/୨୦୨୨ ରବିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳରେ ମ୍ୟାଚଟି ଖୁବ୍‌ ସଂଘର୍ଷପୂର୍ଣ୍ଣ ଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରସ୍ପରକୁ ୨ଟି ଲେଖାଏଁ ଗୋଲ ଦେଇ ସମାନ ସ୍ତରରେ ରହିଥିଲେ । ତା’ ପରେ ରେଫରୀମାନଙ୍କ ଦ୍ୱାରା ଫେନାଲ୍‌ଟି କିକ୍‌ର ସାହାର୍ଯ୍ୟ ଦିଆଯିବାରୁ ତେତେଲଖୁଣ୍ଟି ବିପକ୍ଷରେ ୫-୪ ଗୋଲରେ ବଲାଙ୍ଗିର ଦଳ ଚମ୍ପିଆନ ହୋଇଥିଲା । ଉକ୍ତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଟି ପ୍ରସନ୍ନ କୁମାର ବିଶ୍ୱାଳଙ୍କ ତତ୍ତାବଧାନରେ ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବ ଅବସରରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମଧୁସୁଦନ ପ୍ରଧାନ ସଭାପତିତ୍ୱ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗିର ପୋଲିସ ହାଇସ୍କୁଲର ବରିଷ୍ଠ ଶିକ୍ଷକ କିଶୋର ଚନ୍ଦ୍ର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଓ ତରଣୀସେନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ । ଏହି ଉତ୍ସବରେ ଗାଁର ସମସ୍ତ ପୁରୁଣା ଫୁଟବଲ ଖେଳାଳୀ ମଞ୍ଚାସୀନ ଥାଇ ଟୁର୍ଣ୍ଣାମେଣ୍ଟର ସମସ୍ତ କାମରେ ସାହାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.

11 + five =