pakka

ମ.ରାମପୁରରେ ଆଜି ୫ କୋଭିଡ଼ ପଜିଟିଭ୍ ଚିହ୍ନଟ : ସାପ୍ତାହିକ ବଜାରରେ ଗହଳି ଏଡ଼ାଇବାକୁ ତତ୍ପର ହେଉ ପ୍ରଶାସନ, ଅଧାଲୋକଙ୍କ ମୁହଁରେ ରହୁନି ମାସ୍କ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଆଜି ପାଞ୍ଚଜଣ କୋଭିଡ଼ ପଜିଟିଭ ଚିହ୍ନଟ ହେଇଥିବା ଜଣାଯାଇଛି । ଚଳିତ ସମୟରେ ଚାଲିଥିବା କୋଭିଡ଼ରେ ଆଜି ପ୍ରଥମଥର ପାଞ୍ଚଜଣ କୋଭିଡ଼ ପଜିଟିଭ ଆସିବା ପରେ ଏବେ ଲୋକଙ୍କର ସଚେତନ ହେବାର ବେଳ ଆସିଛି । ତେବେ କୋଭିଡ଼ ନିୟନ୍ତ୍ରଣ ପାଇଁ ସରକାର ଜାରୀ କରିଥିବା ଗାଇଡ଼ଲାଇନକୁ ଲୋକେ ଖୋଲାଖୋଲି ଉଲଙ୍ଘନ କରୁଥିବା ଦେଖାଯାଇଛି । ସହରରେ ଅଧାଲୋକଙ୍କ ମୁହଁରେ ମାସ୍କ ରହୁନଥିବା ବେଳେ ଲୋକେ ସାମାଜିକ ଦୂରତାକୁ ବେଖାତିର କରୁଛନ୍ତି । ମ.ରାମପୁରରେ ସାପ୍ତାହିକ ହାଟ ପ୍ରତି ମଙ୍ଗଳବାର ହେଉଥିବାବେଳେ ଏଠାରେ ପ୍ରତିଥର ଅସମ୍ଭାଳ ଜନଗହଳି ଦେଖାଦେଇଥାଏ ଏବଂ ଅଧିକାଂଶ ଲୋକଙ୍କ ବେପରୱା ଭାବ ବି ସଂପୂର୍ଣ୍ଣ ଭାବରେ ପରିଲକ୍ଷିତ ହେଇଥାଏ । ତେବେ ଆଜିର ପାଞ୍ଚଟି କୋଭିଡ଼ ପଜିଟିଭ ଚିହ୍ନଟ ପରେ ମଙ୍ଗଳବାର ବଜାରର ଭିଡ଼କୁ ପ୍ରଶାସନ କିଭଳି ନିୟନ୍ତ୍ରଣ କରୁଛି ତାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି ।

jay balangir
Leave A Reply

Your email address will not be published.

eight + sixteen =