pakka

ଆଦ୍ୟାଶକ୍ତି ନାରୀ ସଂଗଠନର ସପ୍ତମ ପ୍ରତିଷ୍ଠା ଦିବସ ପାଳନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ଲିଟେରାରୀ ଏଣ୍ଡ ସୋସିଆଲ କ୍ଲବରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନର ସପ୍ତମ ପ୍ରତିଷ୍ଠା ଦିବସ ସଭାନେତ୍ରୀ କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କବିତା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜ୍ୟୋତିରାଣୀ ମିଶ୍ର ସଭା ପରିଚାଳନା କରିଥିଲେ । ମା’ ଦୁର୍ଗାଙ୍କର ପୂଜା ଅର୍ଚ୍ଚନା ପରେ ସଂପାଦିକା ମାଳତୀ ଉଦ୍‌ଗାତା ବିବରଣୀ ପ୍ରଦାନ କରିଥିଲେ । ଏହି ପାର୍ବଣରେ ମର୍ଯ୍ୟାଦା ଜନକ “ଆଦ୍ୟା ଶକ୍ତି ସମ୍ମାନ” ବରିଷ୍ଠ ସାମାଜିକ କର୍ମୀ ମମତା ସ୍ୱାଇଁଙ୍କୁ ପ୍ରଦାନ କରାଯାଇଥିଲା । ଆଦର୍ଶ ଶିକ୍ଷୟିତ୍ରୀ ଶାନ୍ତିଲତା ବହିଦାର ମୁଖ୍ୟ ଅତିଥି ଭାବେ ଓ ସାମାଜିକ କର୍ମୀ ମମତା ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନାରୀ ସମାଜର ସାମଗ୍ରିକ ବିକାଶରେ ସମାଜ ଅଗ୍ରଗମନ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବରୁ କେବଳ ଗୃହିଣୀମାନଙ୍କୁ ନେଇ ହୋଇଥିବା ହୁଳହୁଳି, ଦେଶାତ୍ମବୋଧକ ସଂଗୀତ ଓ ରଂଗୋଲି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସଂଗଠନର ଶୁଭଚିନ୍ତକ ମଦନ ମୋହନ ରଥ ମଧ୍ୟ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରଂଜିତା ମିଶ୍ର, ନିହାରିକା ମିଶ୍ର, ବୀଣାପାଣି ମିଶ୍ର, କୁସୁମ ଶତପଥି, ଡା. ସନ୍ଧ୍ୟାରାଣୀ ପଣ୍ଡା, ରୀନାରାଣୀ ମିଶ୍ର, ସଂଜୁଲତା ମିଶ୍ର ଓ ପୂଜ୍ୟପୂଜା ସେବା ସଂଗଠନର କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ ତପସ୍ମିନୀ ପସାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

eight + 13 =