pakka

କରୋନା ସଚେତନତା ରଥ ଏବଂ ଟୀକାବହନ ଯାନର ଶୁଭାରମ୍ଭ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ସାଢେ ୧୦ଟା ସମୟରେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ସଚେତନତା ରଥ ଏବଂ ଟୀକାବାହାନ ରଥକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ସୁରେନ୍ଦ୍ର ପରକିଆ ଶୁଭାରମ୍ଭ କରିଛନ୍ତି । କରୋନାର ଦ୍ଵିତୀୟ ଲହରୀ ଯାଇଛି କି ନାହିଁ, ପୁଣି ନୂଆଁ ରୂପରେ କରୋନା ମହାମାରୀ ଓମିକ୍ରନ୍‌ ଭାବେ ମାଡ଼ି ଆସିଛି । ସରକାର ଶତପ୍ରତିଶତ ଟୀକାକରଣର ଲକ୍ଷ୍ୟ ରଖି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଏଥିପାଇଁ ସହଯୋଗର ହାତ ବଢ଼ାଇଛି ବେସରକାରୀ ସଂସ୍ଥା । ଏହି କାର୍ଯ୍ୟକ୍ରମରେ ବିପିଏମ୍ କୁମୁଦ ରଞ୍ଜନ ନାଏକ, ବିଡ଼ିଏମ୍ ବିପ୍ଳବ ମିଶ୍ର, ବ୍ଲକ ଅଫିସର୍ ଚେୟାରମ୍ୟାନ ବିଶୀଙ୍କ ଉପସ୍ଥିତିରେ ଟୀକାକରଣକୁ ନେଇ ସଚେତନତା ସୃଷ୍ଟି କରିବା ସହ ଦୁର୍ଗମ ଗାଁକୁ ଯାଇ ଟୀକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ସବୁଜ ପତାକା ଦେଖାଇ ୨ଟି ଯାନକୁ ଶୁଭାରମ୍ଭ କରିଥିଲେ । ଏହି ଯାନ ଦ୍ଵାରା ନିହାତି ଟୀକାକରଣ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମତ ଦେଇ ଅନୁଷ୍ଠାନର କାର୍ଯ୍ୟକର୍ତାଙ୍କୁ ସାଧୁବାଦ୍ ଜଣାଇବା ସହ ବ୍ଲକରେ ଟୀକାକରଣ କାର୍ଯ୍ୟକ୍ରମରେ ଯଥେଷ୍ଟ ଯତ୍ନବାନ ହେବା ପାଇଁ ଡ. ପରକିଆ ପରାମର୍ଶ ଦେଇଥିଲେ । ସଚେତନତା ରଥ ଦେଓଗାଁ ବ୍ଲକରେ ପ୍ରାୟ ଏକ ସପ୍ତାହ ଧରି ସଚେତନତା କରାଯିବ ସହିତ ଟୀକାକରଣର ଲକ୍ଷ୍ୟ କରାଯାଇଛି ।

Leave A Reply

Your email address will not be published.

19 + two =