pakka

୧୯ତମ ୟୁରୋପିଆନ ମ୍ୟାଗ୍ନେଟିକ ରେଜୋନାନ୍‌ସ କଂଗ୍ରେସ ପାଇଁ ସ୍କଟ୍‌ଲ୍ୟାଣ୍ଡ୍‌ ଯିବେ କଣାସର ପ୍ରଜ୍ଞାପାରମିତା ପରିଡା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍କଟଲ୍ୟାଣ୍ଡର ଗ୍ଲାସ୍‌ଗୋ ସହରର ସ୍କଟିସ୍‌ ଇଭେଣ୍ଟସ୍‌ କ୍ୟାମ୍ପସରେ ଅନୁଷ୍ଠିତ ହେବ ୧୯ତମ ୟୁରୋପିଆନ ମ୍ୟାଗ୍ନେଟିକ ରେଜୋନାନ୍‌ସ(ୟୁରୋମାର) କଂଗ୍ରେସ । ଏହା ଜୁଲାଇ ୯ରୁ ୧୩ ପର୍ଯ୍ୟନ୍ତ ଚାଲିବ । ଏଥିରେ ଯୋଗଦେବା ପାଇଁ କଣାସ ବ୍ଲକର ପ୍ରଜ୍ଞାପାରମିତା ପରିଡା ମନୋନୀତ ହୋଇ ନିଜ ଅଞ୍ଚଳ ତଥା ଓଡିଶା ପାଇଁ ଗର୍ବ ଆଣିଦେଇଛନ୍ତି । ଏହି ଇଭେଣ୍ଟ ପାଇଁ ତାଙ୍କୁ କଂଗ୍ରେସ ଅର୍ଗାନାଇଜିଙ୍ଗ କମିଟି ନିମନ୍ତ୍ରଣ କରିଛି ।ପୁରୀ ଜିଲ୍ଲା କଣାସ ବ୍ଲକ ଗଡିଶାଗୋଦାଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର କାମଦେବ ପରିଡା ଓ ସ୍ମରଣିକା ପରିଡାଙ୍କ କନ୍ୟା ଜଣେ ମେଧାବୀ ଛାତ୍ରୀ । ଜଣେ ରସାୟନ ବିଜ୍ଞାନ ଛାତ୍ରୀ ଭାବରେ ଅଧୁନା ସେ ହାଇଦ୍ରାବାଦ ସ୍ଥିତ ଟାଟା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫଣ୍ଡାମେଣ୍ଟାଲ ରିସ୍‌ର୍ଚରେ ପିଏଚ୍‌ଡି କରୁଛନ୍ତି । ଡିଏନ୍‌ଏ ଓଆର୍‌ଏନ୍‌ଏ ବିଭିନ୍ନ ସେଲ୍‌ ଉପରେ ସେ ଗଭେଷଣା କରୁଛନ୍ତି । ସ୍ନାତକତୋର ପରୀକ୍ଷାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସେ ଗୋଲ୍ଡ ମେଡାଲିଷ୍ଟ ହୋଇଥିଲେ । +୩ରେ ବିଜେପି କଲେଜରୁ ଡିପାର୍ଟମେଣ୍ଟ ଟପର ବି ହୋଇଥିଲେ । ଭାବା ଅଟୋମିକ ରିସର୍ଚ୍ଚ ସେଣ୍ଟରରେ ସମର କ୍ୟାମ୍ପ ପାଇଁ ମଧ୍ୟ ମନୋନୀତ ହୋଇ ଯାଇଥିଲେ । ଏହି କନଫେରନ୍ସରେ ବିଭିନ୍ନ ଦେଶରୁ ବଡବଡ ଶିକ୍ଷାନୁଷ୍ଠାନରୁ ରିସର୍ଚ୍ଚରମାନେ ଯୋଗଦେବେ ।

jay balangir
Leave A Reply

Your email address will not be published.

1 × one =