ପୁଣି ଭଗବାନ ସାଜିବାକୁ ବ୍ୟାକୁଳ ସାରଥୀ ବାବା !

କେନ୍ଦ୍ରାପଡ଼ା, (କେପିଏନ୍‌ଏସ୍‌) : ପୁଣି ଭଗବାନ ସାଜିବାକୁ ସାରଥୀ ବାବା ବ୍ୟାକୁଳ ହେଉଥିବା ଭଳି ଏକ ଖବର ମିଳିଛି । ଆତ୍ମଘୋଷିତ ବାବା ସନ୍ତୋଷ କୁମାର ରାଉଳ ଓରଫ ସାରଥୀ କୋର୍ଟଙ୍କ ଆଦେଶକୁ ଅମାନ୍ୟ କରୁଥିବା କୁହାଯାଇଥିବା ବେଳେ ଅନେକ ଅପରାଧ ମାମଲାରେ ସନ୍ତୋଷ ରାଉଳ ଏବେ ସର୍ତ୍ତମୂଳକ ଜାମିନରେ ଅଛନ୍ତି । ବାହାରେ କେଉଁଠି ସତ୍‌ସଙ୍ଗ, ଧର୍ମସଭାରେ ଯୋଗ ଦେବେନାହିିଁ ବୋଲି ସର୍ତ୍ତ ରହିଥିବା ବେଳେ ସନ୍ତୋଷ ରାଉଳ ଏହାର ଖିଲାପ କରୁଥିବା ଅଭିଯୋଗ ହେଉଛି । ସୋସିଆଲ୍‌ ମିଡିଆରେ ମିଛ କାହାଣୀ ଲେଖି ତା‌ଙ୍କ ଏଜେଣ୍ଟମାନେ ପ୍ରଚାର କରୁଥିବା ଯୋଗୁଁ ବାରିମୂଳବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.