pakka

ଶ୍ରଦ୍ଧାଶୀଳ ଶିକ୍ଷକ ଶରତ କୁମାର ସାହୁ ଆରପାରିରେ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୀର୍ଘ ପାଞ୍ଚ ମାସ ଧରି ଜୀବନ ସହ ଲଢ଼ି ଲଢ଼ି ଶେଷରେ ଆରପାରିକୁ ଚାଲିଗଲେ କଲ୍ୟାଣପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଆଦର୍ଶ ଶିକ୍ଷକ ଶରତ କୁମାର ସାହୁ (୫୮ବର୍ଷ) । ସେ ମସ୍ତିସ୍କ ଟିୟୁମର ରୋଗରେ ଆକ୍ରାନ୍ତ ହେତୁ ଗତ ୨୦୨୩ ନଭେମ୍ବର ମାସରୁ ଭୁବନେଶ୍ୱର ଏମ୍ସ ମେଡିକାଲ୍‌ରେ ଅସ୍ତ୍ରୋପଚାର ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କର ଅବିଭାହିତ କନ୍ୟା ସୁଶ୍ରୀ ରିତିଷ୍ଣା ସାହୁ, ବିଭାହିତ କନ୍ୟା ଶିକ୍ଷୟିତ୍ରୀ ପ୍ରତିଷ୍ଣା ସାହୁ, ଜାମାତା ସୋମେଶ କୁମାର ସ୍ୱାଇଁ, ଭିଣୋଇ ମାଗୁଣି ପ୍ରଧାନ ଓ ବନ୍ଧୁ ପରିବାର ବର୍ଗଙ୍କ ଉଦ୍ୟମ ଏବଂ ଡାକ୍ତରଙ୍କ ଅହରହ ଚିକିତ୍ସା ସତ୍ୱେ ବି ସେ ଗତ ମଙ୍ଗଳବାର ଦିନ ଆରପାରିକୁ ଚାଲିଗଲେ । ତାଙ୍କ ମୃତ୍ୟୁ ଖବର ପାଇ କଲ୍ୟାଣପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସଚିବାଳା ପ୍ରଧାନ, ଶିକ୍ଷକ ପ୍ରଦୀପ ପ୍ରଧାନ, ବିଶ୍ୱ ରଞ୍ଜନ ପ୍ରଧାନ, ବାସୁଦେବ ମୁର୍ମୁ, ଗଦାଧର ପ୍ରଧାନ, ସାରଥ ପ୍ରଧାନ, ଦେବାଶିଷ ପ୍ରଧାନ, ଅବସରର ପ୍ରାପ୍ତ ଶିକ୍ଷକ ମହେଶ୍ୱର ପ୍ରଧାନ, ପବିତ୍ର କୁମାର ପ୍ରଧାନ, ପ୍ରଧାନ ଶିକ୍ଷୟିତ୍ରୀ ବିଳାସିନୀ ଆଚାର୍ଯ୍ୟ,ସରୋଜିନୀ ଜେନାଙ୍କ ସହ ସୁଧାଂଶୁବାଳା ପ୍ରଧାନ, ସବିତା ସାହୁ, ସୋନାଲି ମୁଦୁଲି, ଜୟକାନ୍ତୀ ମେଣ୍ଟା, ଜୟନ୍ତୀ ମେଣ୍ଟା, ସମାପିକା ପ୍ରଧାନ, ମମତା ପ୍ରଧାନ ଓ ଅନ୍ୟମାନେ ଅଶୃଳ ନୟନରେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନିଜ ଗାଁ ସେବତୀପୁର ପଶ୍ଚିମପାରି ଶ୍ମସାନରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଭଣଜା ମୁଖାଗ୍ନି ଦେଇଥିଲେ । ପ୍ରକାଶ ଥାଉ କି ୨୦୦୫ରେ ସେ ରାଢୁଅ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇ ପରେ ନିଜ ଗାଁ ସେବତୀପୁର ପଶ୍ଚିମପାରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଶେଷରେ କଲ୍ୟାଣପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ସହ ବିଏଲ୍ ଓ କାର୍ଯ୍ୟ ସୁସମ୍ପାଦନ କରି ନିଜର ଉତ୍ତମ ବ୍ୟବହାର ଓ ସୁଶିକ୍ଷାଦାନ ପାଇଁ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ । ସେ ଗଣିତ ଓ ଇଂରାଜୀରେ ଦକ୍ଷ ଥିଲେ । ୨୦୦୫ ପୂର୍ବରୁ ସେ କଣାସର ମାଟିଆପଡା ବ୍ଲକ୍ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ସୁନାମ ଅର୍ଜନ କରିଥିଲେ । ତାଙ୍କର ଅକାଳ ବିୟୋଗରେ ଡେ଼ଲାଙ୍ଗ ବ୍ଲକ୍ ଶିକ୍ଷାଧିକାରୀ ବିନୋଦ ପ୍ରାମାଣିକ, ସହ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ପ୍ରଧାନ, ସୁଷମା ଦାଶ, ସଞ୍ଜୁକ୍ତା ମିଶ୍ର, ପ୍ରାକ୍ତନ ଶିକ୍ଷା ଅନୁ ନିରୀକ୍ଷକ ପ୍ରହଲ୍ଲାଦ ସ୍ୱାଇଁ , ହରିହର ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସାହୁ, ଏବିଇଓ ଶ୍ୟାମସୁନ୍ଦର ଦାସ, ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥ, ପ୍ରଶାନ୍ତ ଦାସ, କୁନ୍ତୁଳ ଧବଳେଶ୍ଵର, ପବିତ୍ର ଜେନା, ଦୟାନିଧି ମାର୍ଥା, ଅଭିମନ୍ୟୁ ପ୍ରଧାନ, କୈଳାସ ବେହେରା, ଗୋପାଳ ମହାପାତ୍ର, ପର୍ଶୁରାମ ସାହୁ, ଅଧିକାରୀ ସାହୁ, ଟିକେଇ ଦଳାଇ, ରମାକାନ୍ତ ବେହେରା, ପ୍ରଦୀପ ନାୟକ, ବିଚିତ୍ରାନନ୍ଦ ନାୟକ, ଅଭୟ ଚରଣ ସାହୁ, ଶିକ୍ଷୟିତ୍ରୀ ଗୋଲାପ ମଞ୍ଜରୀ ଦେଇ, ଗାୟତ୍ରୀ ସାହୁ, ରାଜଲକ୍ଷ୍ମୀ ରାଉତ, ଜୟଶ୍ରୀ ଜେନା, ପ୍ରଜ୍ଞା ପ୍ରଣମିତା ବଶ୍ୱାଳଙ୍କ ସହ ଡେ଼ଲାଙ୍ଗ ବ୍ଲକ୍ରର ଶିକ୍ଷକ ଶିକ୍ଷୟିତ୍ରୀ, ସବୁ ସିଆର୍‌ସିସି, ନେତୃବୃନ୍ଦ ଏବଂ ଡେଲାଙ୍ଗ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଗଭୀର ଶୋକ ବ୍ୟକ୍ତ କରି ଓ ତାଙ୍କ ଆତ୍ମାର ସଦ୍‌ଗତି କାମନା କରି ଆମ ଡେ଼ଲାଙ୍ଗ ବ୍ଲକ୍ ଜଣେ ଉତ୍ତମ ଶିକ୍ଷକଙ୍କୁ ହରାଇଲା ବୋଲି ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ କଲ୍ୟାଣପୁର ଗ୍ରାମ ପଞ୍ଚାୟତ, କଲ୍ୟାଣପୁର ବଜାର, ସେବତୀପୁର ପଶ୍ଚିମପାରି, କଲ୍ୟାଣ ପୁର,କରିମୂଳ, ହରିପୁର, ନୂଆହାଟ, ରାଢୁଅ ବାଲିହୁଙ୍କା ଶିଶୁଆପଡା ଗାଁ ସମେତ ଡେ଼ଲାଙ୍ଗ ବ୍ଲକ୍ ଶିକ୍ଷକ ଶିକ୍ଷୟିତ୍ରୀ ମହଲ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

jay balangir
Leave A Reply

Your email address will not be published.

five × 1 =