
- ଜଣେ ଗିରଫ, ନାବାଳକ ଅଟକ; ୩ ପାଣି ପମ୍ପ ଓ ୨ ବାଇକ୍ ଜବତ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଚୋରି ମାମଲାର ତଦନ୍ତ କରି ଖପ୍ରାଖୋଲ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ଜଣେ ନାବାଳକଙ୍କୁ ଅଟକ ରଖିଛି । ସେମାନଙ୍କ ନିକଟରୁ ୩ଟି ପାଣି ପମ୍ପ, ୨ଟି ମୋଟରସାଇକେଲ ସମେତ ବିଭିନ୍ନ ଚୋରି ସାମଗ୍ରୀ ଜବତ ହୋଇଛି । ଧଣ୍ଡାମୁଣ୍ଡା ଗ୍ରାମର ଦେବେନ୍ଦ୍ର ପଧାନଙ୍କ ଅଭିଯୋଗ ଆଧାରରେ କେସ ନଂ ୧୮୩/୨୦୨୬ ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ମାଲପଡ଼ା ଗ୍ରାମର ଗଜାନନ ଭୁଏ (୨୧) ଓ ଜଣେ ନାବାଳକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା । ପରେ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥିଲା । ପୋଲିସ ସୂତ୍ରରୁ ଜଣାପଡ଼ିଛି, ଗଜାନନଙ୍କ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ମଧ୍ୟ ଏକାଧିକ ମାମଲା ରହିଛି । ମାମଲାର ତଦନ୍ତ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ରଙ୍କ ନେତୃତ୍ୱରେ ଏସ୍ଆଇ ଲିଙ୍ଗରାଜ କିଷାନ, ଏଏସ୍ଆଇ ରବୀନ୍ଦ୍ର କୁମ୍ଭାର, ଏଏସ୍ଆଇ ନାରାୟଣ ସାହୁ, କନଷ୍ଟେବଳ ବାବୁଲାଲ ମଲ୍ଲିକ, କନଷ୍ଟେବଳ ଭୋଳାଶଙ୍କର ଦେହେଲିଆ ଏବଂ ହୋମଗାର୍ଡ ଧ୍ରୁବ କୁମ୍ଭାର ପ୍ରମୁଖଙ୍କୁ ନେଇ ଏକ ଟିମ ଏହି ଘଟଣାର ତଦନ୍ତ କରି ପର୍ଦାଫାଶ କରିଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।