pakka

ସୁବର୍ଣ୍ଣରେଖାର ନିର୍ମାଣ କାର୍ଯ୍ୟ ଲୋକାର୍ପିତ ଓ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ସୁବର୍ଣ୍ଣରେଖାର ନିଜସ୍ଵ ପରିସରରେ ସଦ୍ୟ ସମାପ୍ତ କମ୍ୟୁନିଟି ହଲ୍ ରାଉରକେଲାର ପୂର୍ବତନ ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ କର କମଳରେ ଉଦ୍‌ଘାଟିତ ହୋଇଯାଇଛି । ପୂର୍ବତନ ବିଧାୟକଙ୍କୁ ଅନୁଷ୍ଠାନର କର୍ମକର୍ତ୍ତା ଓ ନନ୍ଦିନୀ ମହିଳା ସଂହତି ସଦସ୍ୟାମାନେ ଉଛ୍ୱସିତ ସ୍ୱାଗତ କରିଥିଲେ । ସଭାପତି ମନୋରଂଜନ ଦାସ ବିଭିନ୍ନ ବିଭାଗ ବୁଲି ଦେଖାଇବା ସହ ଅନୁଷ୍ଠାନର ଅଭାବ ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରି ପରବର୍ତ୍ତୀ ନିର୍ମାଣ କାର୍ଯ୍ୟ ପାଇଁ ସେ ଚେଷ୍ଟା କରି ଅର୍ଥ ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଛନ୍ତି । ଉକ୍ତ ଉଦ୍‌ଘାଟନ ଉତ୍ସବରେ ଅନୁଷ୍ଠାନର ଉପଦେଷ୍ଟା ଆଇନଜୀବୀ କଲ୍ୟାଣ ପଣ୍ଡା, ସୁମନ ଦତ୍ତ, ଅନୀଲ ଦାସ, ପରମେଶ୍ୱର ମହାରଣା, ବାମଦେବ ଆଚାର୍ଯ୍ୟ ଓ ଉପସଭାପତି ଅଜିତ ମହାପାତ୍ର, ବନବିହାରୀ ରଣା, ଅରକ୍ଷିତ ଆଦକ, ବାଲୁକିଶୋର ପାତ୍ର, କବୀନ୍ଦ୍ର ଦେଓ, ସୁରେନ୍ଦ୍ର ଦାସ, କନକଲତା ଜେନା, ଦେବଯାନୀ ଘୋଷ, ଦମୟନ୍ତୀ ବେହେରା, ସୁଷମା ସାହୁ, ଛବିରାଣୀ ପ୍ରଧାନ, ଜାନକୀ ବାଳା ପାତ୍ର, ରତିକାନ୍ତ ପରିଡ଼ା, ଗଗନ ପ୍ରଧାନ, ଆଇନଜୀବୀ ବୀଣାପାଣି ଘୋଷ, ବନଜା ଦାସ, ମିନତି ମହାନ୍ତି, ସଙ୍ଗୀତା ବେଜ, ସସ୍ମିତା ମଣ୍ଡଳ, ତପୋଇ ମାଝୀ, ଜ୍ୟୋସ୍ନା ଜେନା, କମଳାକାନ୍ତ ପ୍ରଧାନ, କମଳ ଗାରୁ, ରାଜେନ୍ଦ୍ର ଦାସ, ସୁବ୍ରତ ଜେନା, ପ୍ରଫୁଲ୍ଲ ସାହୁ, ବରୁଣ ମାଝୀ ଉପସ୍ଥିତ ରହି ଏହି ସମାରୋହର ଆୟୋଜନ ପାଇଁ ସହଯୋଗ କରିଥିଲେ । ପ୍ରଥମେ ସଭାପତି ଓ ପରେ ଅନୁଷ୍ଠାନର ନବଗଠିତ କାର୍ଯ୍ୟକର୍ତ୍ତା ପଦାଧିକାରୀ, ନନ୍ଦିନୀ ମହିଳା ସଂହତି ସଦସ୍ୟା, ଆଞ୍ଚଳିକ ପ୍ରତିନିଧି, ସ୍ୱତନ୍ତ୍ର ଆମନ୍ତ୍ରିତ ପ୍ରତିନିଧିଙ୍କୁ ଆଇନ ପରାମର୍ଶଦାତା ଆଇନଜୀବୀ କଲ୍ୟାଣ କମଳ ପଣ୍ଡା ଶପଥ ପାଠ କରାଇଥିଲେ । ସମସ୍ତ କାର୍ଯ୍ୟକ୍ରମ ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରାଙ୍କ ସପ୍ସଯୋଜନାରେ ଅନୁଷ୍ଠିତ ହୋଇଥିଲା । ଉପସଭାପତି ବନବିହାରୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

two + 5 =