pakka

ଓଡିଶା ସମ୍ମନ୍ୱିତ ପ୍ରକଳ୍ପରେ ଜଳବାୟୁ ପରିବର୍ତ୍ତନ ସହଣୀ କୃଷି କାର୍ଯ୍ୟକ୍ରମ ସମ୍ୱନ୍ଧୀୟ ଜିଲ୍ଳାସ୍ତରୀୟ କର୍ମଶାଳା

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ଓଇପିକ୍ରା ଯୋଜନା ଉପରେ ଆଧାରିତ ଏକ କର୍ମଶାଳା ସହାଭାଗୀ ଅନୁଷ୍ଠାନ ଆଇଆର୍‌ଡିଏମ୍‌ଏସ୍‌, ଜୋନ୍‌ -୫ ଦ୍ୱାରା ଆୟୋଜିତ କରାଯାଇଥିଲା । ଏହି କର୍ମଶାଳାରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଆଇଆର୍‌ଡିଏମ୍‌ଏସ୍‌, ଜୋନ୍‌ -୫ର ଟିମ୍‌ ଲିଡର ପରୀକ୍ଷିତ ଚୌହାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ କ୍ଷୁଦ୍ର ଜଳସେଚନ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମୁଖ୍ୟ ଡ଼ଃ ଜୀବନଜୀତ ସେନ, ଡ଼ଃ ସୁରଜ୍ୟୋତି ପ୍ରଧାନ, ଡ଼ଃ ତ୍ରିନାଥ ଖଣ୍ଡାୟତରାୟ, ପ୍ରାଣୀ ବିଭାଗର ଜିଲ୍ଲା ମୁଖ୍ୟ ଅଧିକାରୀ ବୃନ୍ଦ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ସହଣୀ କୃଷି ଉପରେ ଆଲୋକପାତ କରିଥିଲେ । ସହଯୋଗୀ ବିଭାଗ ଏବଂ ସହାଭାଗୀ ଅନୁଷ୍ଠାନର ମିଳିତ ସହଯୋଗରେ ଆଗାମୀ ଆର୍ଥିକ ବର୍ଷ ୨୦୨୨ -୨୩ ପାଇଁ ଯୋଜନା ପ୍ରସ୍ତୁତ ନିମନ୍ତେ ସ୍ଥିର କରାଗଲା । ଚାଷୀମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଓଇପିକ୍ରା ଯୋଜନାରେ ପାଣି ପଂଚାୟତକୁ ସୁଦୃଢ଼ୀକରଣ କରାଯାଇ ତା ମାଧ୍ୟମରେ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଆଲୋଚନା କରାଯାଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ପାଣିପାଞ୍ଚାୟତ କର୍ମକର୍ତ୍ତା ଓ ଅଗ୍ରଣୀ ଚାଷୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଇପିକ୍ରା ଯୋଜନାରେ ଜଡିତ ଆଇଆର୍‌ଡିଏମ୍‌ଏସ୍‌ର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ । ସର୍ବ ଶେଷରେ ଅନୁଷ୍ଠାନର ମତ୍ସ୍ୟ ପରାମର୍ଶଦାତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 × four =