pakka

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାମ ନିମ୍ନମାନ ହୋଇଥିବା ଅଭିଯୋଗ

bbehera

ଆଗଲପୁର, (ସୁଶିଳ କୁମାର ମିଶ୍ର) : ସରକାର ରାସ୍ତାଘାଟ, ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି । ହେଲେ ସରକାରୀ ବାବୁ ଓ ଠିକାଦାରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁଁ ଅତି ନିମ୍ନମାନର କାମ ହେଉଥିବାର ଲୋକେ ଅଭିଯୋଗ କରୁଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତାଘାଟ ପୋଲ ନିର୍ମାଣ ହେଉଥିଲେ ମଧ୍ୟ ତାହା ଅଳ୍ପ ଦିନରେ ଭାଗି ଯାଉଛିତ କେଉଁଠି ରାସ୍ତାରୁ ପିଚୁ ଉଠି ଯାଉଛି । ଏହିଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (କ) ପଂଚାୟତ ହଳଦୀପଦର ଗ୍ରାମରୁ । ରାସ୍ତା ଓ ପୋଲକାମ ପାଇଁ ଏକ କୋଟି ଅଣଷଠି ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ହେଲେ ଠିକାଦାରମାନେ ନିମ୍ନମାନର କାମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କାମ କରିବାର ଏକମାସ ନ ହୋଇଥିଲେ ମଧ୍ୟ ରାସ୍ତା ଉପରେ ଢଳା ଯାଇଥିବା ପିଚୁ ଉଠି ଯାଉଛି । ରାସ୍ତାରେ ପୂର୍ବରୁ ଥିବା ପୁରୁଣା କଲଭଟକୁ ଭାଂଗି ମରାମତି କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ହଳଦୀ ପଦର ଗ୍ରାମବାସୀ । ଏଠି ପ୍ରଶ୍ନ ଉଠେ ୩.୩୫ କିମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତାର ଅଟକଳ ପରିମାଣ ୧୫୯.୮୫ ଲକ୍ଷ କିଂତୁ ନୂଆଁ କଲଭଟ ତିଆରି ନହୋଇ ପୁରୁଣା କଲଭଟକୁ ମରାମତି କରାଯାଉଛି କାହିଁକି । ଏଣୁ ପୁରୁଣା କଲଭଟକୁ ଭାଂଗି ନୂଆଁ କଲଭଟ ତିଆରି ପାଇଁ ଗ୍ରାମବାସୀ ଦାବୀ କରିବା ସଂଗେ ପ୍ରଶାସନ ଏହି ରାସ୍ତାକାମର ତଦନ୍ତ କରି ଠିକାଦାର ଓ ଜେଇଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.

3 × 5 =