pakka

ରବି ଋତୁର ଧାନ ସଂଗ୍ରହ ପାଇଁ ଯୋଗାଣ ସଚିବଙ୍କ ସମୀକ୍ଷା ବୈଠକ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୋଗାଣ ବିଭାଗ ପରିଚାଳନା ନିର୍ଦ୍ଦେଶକ ଶୁଭମ୍ ସକସେନା, ରାଜ୍ୟ ସମବାୟ ସମିତିର ନିବନ୍ଧକ ଉଦ୍ଧବ ଚନ୍ଦ୍ର ମାଝୀ, ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ବରଗଡ଼ ଓ ପଦ୍ମପୁର ଉପଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ଏଥିରେ ଚଳିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଧାନ ସଂଗ୍ରହ ସମୟରେ ଚାଷୀଙ୍କ ଯେପରି କୌଣସି କ୍ଷତି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏଥିପାଇଁ ମାର୍କେଟ ୟାର୍ଡ ଗୁଡିକରେ ପାନୀୟ ଜଳ, ଆଲୋକର ବ୍ୟବସ୍ଥା କରିବା, ଅଦିନିଆ ବର୍ଷା ଯୋଗୁଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଓ ତାରର୍ପୋଲିନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ମାର୍କେଟ ୟାର୍ଡ ଗୁଡିକରେ ଆବଶ୍ୟକ ଭିତ୍ତିଭୂମୀ ପ୍ରସ୍ତୁତ କରିବା ଏବଂ ଆର୍‌ଏମ୍‌ସି ଟଙ୍କାର ସୁବିନିଯୋଗ କରିବାକୁ କହିଥିଲେ । ଏହି ସମୟରେ ଛତିଶଗଡ଼ ରାଜ୍ୟରୁ ଧାନ ଯେପରି ପ୍ରବେଶ ନକରେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ଧାନ ସଂଗ୍ରହ ସମୟରେ ଜିଲ୍ଲାର ମିଲ୍ ମାଲିକମାନେ ସହଯୋଗ କରିବାକୁ ବୈଠକରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.

seven − 6 =