jsm

ଗଛର ସୁରକ୍ଷା ପାଇଁ ଶପଥ ଗ୍ରହଣ କଲେ ଛାତ୍ରଛାତ୍ରୀ ଓ ଅଧ୍ୟାପକ

csstore
  • ବୃକ୍ଷ ବନ୍ଧୁ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘୁନସରଠାରେ କଲେଜ ଅଧ୍ୟକ୍ଷ ଶୁବେନ୍ଦୁ ବିକାଶ କୁମ୍ଭାରଙ୍କ ସଭାପତିତ୍ୱରେ ଓ ପ୍ରକୃତିବନ୍ଧୁ ଶିକ୍ଷକ ତଥା ରେଡକ୍ରସ କର୍ମୀ ରାମ ନାରାୟଣ ଦାଶଙ୍କ ସଂଯୋଜନାରେ ବୃକ୍ଷ ବନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଘୁନସର ସରପଂଚ ଅନୁରାଧା ସେଠ ଯୋଗ ଦେଇଥିଲେ । ଡେଙ୍ଗ ବିଦ୍ୟାଳୟର ଇକୋ କ୍ଲବ ଅମରାବତି ଓ ରେଡକ୍ରସର ମିଳିତ ଆନୁକୂଲ୍ୟ କାର୍ଯ୍ୟକ୍ରମରେ କଲେଜର ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଗଛର ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ବୃକ୍ଷ ରୋପଣ କରି ସୁନ୍ଦର ପରିବେଶ ସୃଷ୍ଟି କରିବା ପାଇଁ ଶପଥ ପାଠ କରିଥିଲେ । ପ୍ରତ୍ୟେକ ଛାତ୍ର ଛାତ୍ରୀ ଗୋଟିଏ ଲେଖାଏଁ ଗଛ ଲଗାଇ ତାହାର ଯତ୍ନ ନେବାକୁ ଅତିଥିମାନେ ଆହ୍ୱାନ କରିଥିଲେ । ଏହି ଅବସରରେ ୨୦୦ରୁ ଅଧିକ ପିଜୁଳି, ଆମ୍ବ, ବର, ନିମ୍ନ, ପଣସ ଆଦି ଗଛ କଲେଜ ପରିସରରେ ଲଗାଯାଇଥିଲା । କଲେଜର ଅଧ୍ୟାପକ ନିରାକାର ସାହୁ, ମୋହନ ଚରନ ବାଗ, ଅମିତା ପଟେଲ, ନାରାୟଣ ବୁଡେକ, ସୁକୁମାର ସାହୁ, ଯୁବ ସାମ୍ବାଦିକ ଅଭିନାଶ ନନ୍ଦ, ଅଜିତ କୁମାର ସାହୁ, ରଂଜନ ବାଗ, କଲେଜର କର୍ମଚାରୀ ସରୋଜ ସାହୁ, ଶତୃଘନ ଗହିର, ସାଧୁ ରଣା, ବିଷ୍ଣୁ ଭୋଇ, ଘନଶ୍ୟାମ ସାହୁ, ନିରଞ୍ଜନ ରଣା ସମେତ ଛାତ୍ର ଛାତ୍ରୀ ନିବେଦିତା ମାଝି, ରୀତା ରଣା, ଡେଜିସ୍ମିତା ମାଝି, ପ୍ରୀତି ମେହେର, ଦେବକୀ ସେଠ, ଅନିତାରାଣୀ ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ରେଡକ୍ରସ କର୍ମୀ ହିମାଂଶୁ ଶେଖର ବିଶ୍ୱାଲ ପରିଚାଳନା କରିଥିବା ବେଳେ କପିଳେଶ୍ୱର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.