pakka

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦଶମ ଦିବସରେ

bbehera
  • ଏପିଜେ ଲୋଇସିଂହା, ସିସିଏଫ୍‌ଏ, ଅମାମୁଣ୍ଡା, ଜରାସିଂହା, ବ୍ଲୁ ମାଉଣ୍ଟେନ ଓ ହଲଦି ଇବି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ଅମାମୁଣ୍ଡା ୫-୦ ଗୋଲରେ ଗେର୍ଡିକୁ ହରାଇ ଗୃପ ଚମ୍ପିୟାନ ହୋଇଛି । ଅତିଥି ଭାବେ ପୂର୍ବତନ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ପୂର୍ବତନ ଖେଳାଳି ସୁନିଲ ଚନ୍ଦ୍ର ବିଶ୍ୱାଲ ଓ ଗରୁଡଧ୍ୱଜ ସାଏ ଯୋଗ ଦେଇଥିଲେ । ରେଫରି ସଂଜିବ ମହାରଣା, ସୁଦର୍ଶନ ସେଠ, ସୁଧାଂଶୁ ସେଠ ଓ ନିଶାରକାନ୍ତ ନାଗ ଖେଳ ପରିଚାଳନା କରିଥିଲେ । ଖୁଜେନପାଲି ପଡିଆରେ ବ୍ଲୁ ମାଉଣ୍ଟେନ ୧-୦ ଗୋଲରେ ଗଇଁନ୍ତଲାକୁ ହରାଇ ଗୃପ ଚମ୍ପିୟାନ ହୋଇଛି । ଅତିଥି ଭାବେ ଖୁଜେନପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ରୀତାଞ୍ଜଳି ପାଣିଗ୍ରାହୀ ଓ ସମିତି ସଭ୍ୟ ସୂର୍ଯ୍ୟକାନ୍ତି ସାହୁ ଯୋଗ ଦେଇଥିଲେ । ରେଫରି ଭାବରେ ଖଲିଲ ରହମନ, ଶ୍ରବଣ ବାଗ, ନରସିଂ ସ୍ୱାମୀ ନାଇଡୁ ଓ ଜିତୁ ଦଲାଇ ଦାୟିତ୍ୱ ତୁଳାଇଥିଲେ । ଜରାସିଂହା ପଡିଆରେ ବିଏନ୍‌ଏଏ ଜରାସିଂହା ୨-୦ ଗୋଲରେ ମୁରସିଂକୁ ହରାଇ ଗୃପ ଚମ୍ପିୟାନ ହୋଇଛି । ଅତିଥି ଭାବରେ ପୂର୍ବତନ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଓ ପୂର୍ବତନ ଖେଳାଳିି ପ୍ରମୋଦ ସିଂ ନିନା ଯୋଗ ଦେଇଥିଲେ । ରେଫରି ଭାବରେ ଲକ୍ଷ୍ମୀଧର ମହାନ୍ତି, କୁନ୍ତେ ମେହେର, ଶ୍ରୀବତ୍ସ ମେହେର ଓ ପ୍ରଶାନ୍ତ ଥନାପତି ଖେଳ ପରିଚାଳନା କରିଥିଲେ । ମିଶନ ପଡିଆରେ ସିସିଏଫ୍‌ଏ ୬-୨ ଗୋଲରେ ଡୁଙ୍ଗୁରିପଡା ଏଫ୍‌ଏକୁ ହରାଇ ଗୃପ ଚମ୍ପିିୟାନ ହୋଇଛି । ଅତିଥି ଭାବେ ସବ୍‌ ଟ୍ରେଜେରି ଅଫିସର ଶୋଭନ କୁମାର ଦାଶ, ଟୁର୍ଣ୍ଣାମେଣ୍ଟ ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ଓ ସଂସଦର ବରିଷ୍ଠ ସଦସ୍ୟ ଶରତ ନନ୍ଦ ଯୋଗ ଦେଇଥିଲେ । ରେଫରି ଭାବେ ସୁଦୟ ବାରିକ, ଅବଦୁଲ ମୁଜିବ, ଜଳନ୍ଧର ସାହୁ ଓ ସୁଶାନ୍ତ ନାଗ ଖେଳ ପରିଚାଳନା କରିଥିଲେ । ଲୋଇସିଂହା ଷ୍ଟାଡିୟମଠାରେ ଅନୁଷ୍ଠିତ ଖେଳରେ ଏପିଜେ ଲୋଇସିଂହା ୩-୨ ଗୋଲରେ ଏବିଏଫ୍‌ଏ ଲୋଇସିଂହାକୁ ହରାଇ ଗୃପ ଚମ୍ପିୟାନ ହୋଇଛି । ଅତିଥି ଭାବେ କ୍ରୀଡାବିତ୍‌ ରାଜ କିଶୋର ବେହେରା ଓ ରବିନ୍ଦ୍ର ସାହୁ ଯୋଗ ଦେଇଥିଲେ । ଖେଳକୁ ବିଜୟ ରଣା, କରୁଣାକର ପ୍ରଧାନ, ଜିତେନ୍ଦ୍ର ପାତ୍ର ଓ ଜ୍ୟୋର୍ତିମୟ ରାଉତ ପରିଚାଳନା କରିଥିଲେ । ସେହିପରି ହଲଦି ଇବିଏଫ୍‌ଏ କଣ୍ଟାବାଞ୍ଜି ଏଫ୍‌ଏକୁ ୧-୦ ଗୋଲ ରେ ହରାଇ ଗୃପ ଚମ୍ପିୟାନ ହୋଇଛି । ଅତିଥି ଭାବେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଉପାଧ୍ୟକ୍ଷା ଯଜ୍ଞସିନି ହାତୀ, ସମିତି ସଭ୍ୟ ଟୁନାମଣି ମହାନନ୍ଦ ଓ ସନ୍ୟାସି ପୁଟେଲ ଯୋଗ ଦେଇଥିଲେ । ରେଫରି ଆଶିଷ ଦେବ ସା, ପାଣ୍ଡବ ବିଶି, ପ୍ରତାପ ଭୁକ୍ତା ଓ ଆଶୀର୍ବାଦ ସା ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

eighteen + 13 =