
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଲୁପୁରସିଂହା ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ଠାରେ ସମସ୍ତ ଏସଏଚଜି ଗ୍ରୁପ ମହିଳାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୁପୁରସିଂହା ଗ୍ରାମରେ ମଦ ବିକ୍ରୀ ବନ୍ଦ କରିଯିବା ସହ କେମିତି ଗ୍ରାମରେ ବର୍ଷେ ପର୍ଯ୍ୟନ୍ତ ମଦ ପିଇବା ଜନିତ ବିଶୃଙ୍ଖଳା ନ ହେବ ଏହାର ତତ୍ୱାବଧାନ କରିବା ପାଇଁ ବିଚାରବିମର୍ଷ କରାଯାଇଥିଲା । ଯିଏ ମଦ ପିଇ ଗ୍ରାମରେ ବିଶୃଙ୍ଖଳା କରେ ଗ୍ରୁପ ମହିଳାମାନେ ତାଙ୍କୁ ସଭାକୁ ଡକେଇ ତାଗିଦ କରିବା ପାଇଁ ନିଷ୍ପତ୍ତି ହୋଇଥଲା । ଯଦି ପ୍ରଥମେ ମାନିବେ ଠିକ୍ ନ ହେଲେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୈଠକରେ ସ୍ଥିରୀକୃତ ହୋଇଛି । ଗ୍ରାମର ଅନେକ ସମସ୍ୟା ଆଲୋଚନା ହେଇଥିଲା । ଜୋରରେ ଗାଧୁଆ ଘାଟ, ପ୍ରଧାନ ମୁଣ୍ଡରେ ଗାଧୁଆ ଘାଟ ମରାମତି, ରଥଯାତ୍ରା ପୂର୍ବରୁ ଗାଁ ଦାଣ୍ଡ ସଫା ସୁତରା କରାଯିବା ନେଇ ନିଷ୍ପତ୍ତି ହୋଇଥଲା । ପ୍ରତ୍ୟେକ ସମସ୍ୟାର ସମାଧାନ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ସୁଫଳ ନିଶ୍ଚୟ ମିଳିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ଏହି କାର୍ଯ୍ୟରେ ଲୁପୁରସିଂହାର ବ୍ୟାସଦେବ ମହାକୁର, ୱାର୍ଡ ମେମ୍ବର ଜୟରାମ ମଲ୍ଲିକ, ଭାରତ ଭୂଷଣ ଦାସ ଓ ସଂଗ୍ରାମ ଦାସ ପୂର୍ଣ୍ଣ ସହଯୋଗ କରିବେ ବୋଲି ଧ୍ରୁବ ବାଣି ଦେବାସହ ଭଗବାନ କାଶୀ ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶପଥ ନେଇଛନ୍ତି ଯେ, ମଦ ବିକ୍ରିକୁ ବନ୍ଦ ନିଶ୍ଚୟ କରାଯିବ । ସୂଚନା ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମହିଳାମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଲୁପୁରସିଂହା ଗ୍ରାମରେ ବେଆଇନ ରନ୍ଧାମଦ ଓ ଗଞ୍ଜେଇ କାରବାର ବନ୍ଦ କରିବା ପାଇଁ ଏସପି ଓ ଅବକାରୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
