ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ମୃତ୍ୟୁ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଥିବା ଭଳି ଏକ ଦୁଃଖଦ ଖବର ଆସିଛି । ସୂଚନା ଅନୁସାରେ ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚମହଲା ଗାଁରେ ବିଷଧର ସାପ କାମୁଡ଼ି ଦେବାରୁ ଦୁଇ ଭଉଣୀଙ୍କ ପ୍ରାଣହାନୀ ଘଟିଛି । ଗତ ବିଳମ୍ବିତ ରାତିରେ ଗାଁର ଗୋପାଳ ଜଗଦଲାଙ୍କ ଦୁଇ ଝିଅ ଅର୍ଚ୍ଚିତା ଜଗଦଲା(୧୩) ଏବଂ ଝିଅ ନିକିତା ଜଗଦଲା (୧୨) ଘରେ ମା’ବାପାଙ୍କ ସହ ଶୋଇଥିଲେ । ଏତିକି ବେଳେ ବିଷଧର ସାପ ଉଭୟଙ୍କୁ ଦଂଶନ କରିଦେଇଥିବା ଯୋଗୁଁ ଉଭୟ‌ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଖବର ମିଳିଛି । କୁହାଯାଇଛି ଯେ, ସାପଟି ଅର୍ଚ୍ଚିତାଙ୍କ କାନରେ ଏବଂ ନିକିତାଙ୍କ ଗୋଡରେ କାମୁଡ଼ିଥିଲା । ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଉଭୟ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.