ଅଫାମରା ସୋନଗଡ ନଦୀ ବ୍ରିଜ ତଳୁ ଜେସିବି ଦ୍ଵାରା ବାଲି ଚୋରା ଚାଲାଣ ବେଳେ ଚଢ଼ାଉ : ୫୦ ହଜାର ଟଙ୍କା ରାଜସ୍ୱ ଆଦାୟ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ତହସିଲ ଅନ୍ତର୍ଗତ ବଡବନ୍ଧ ଆରଆଇ ସର୍କଲରେ ଭୁତିଆରବାହାଲ -ଅଫାମରା ରାସ୍ତାରେ ଥିବା ସୋନଗଡ଼ ନଦୀ ବ୍ରିଜ ତଳୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଦେଓଗାଁ ତହସିଲଦାର ନାରାୟଣ ସାହୁ ଚଢ଼ାଉ କରି ୫୦ ହଜାର ଫାଇନ ଆଦାୟ କରିଛନ୍ତି । ଭୁତିଆରବାହାଲ ବ୍ରିଜ ଉପର ସୋନଗଡ଼ ନଦୀ ଭିତରେ ଜେସିବି ସାହାଯ୍ୟରେ ବାଲି ଚୋରା ଚାଲାଣ ହେଉଥିବାର ଖବର ପାଇ ଦେଓଗାଁ ତହସିଲଦାର ଚଢ଼ାଉ କରିଥିଲେ ।

ପ୍ରକାଶ ଥାଉ କି, ବଡ଼ବନ୍ଧ ଆରଆଇ ସର୍କିଲ ଅଧୀନରେ ଥିବା ଅଫମରା ବାଲିଘାଟଟି ଟେଣ୍ଡର ହୋଇ ନ ଥିବାରୁ ପ୍ରତି ଦିନ ଜେସିବି ସାହାଯ୍ୟରେ ବାଲି ଚୋରା ଚାଲାଣ ହେଉଛି । ଅନ୍ୟପକ୍ଷରେ ଏହି ବାଲି ଘାଟ ଲାଗି ବଲାଙ୍ଗିର ତହସିଲ ଅଞ୍ଚଳରେ ଆସୁଥିବାରୁ ବାଲି ଚୋରଙ୍କ ଭୁସ୍ୱର୍ଗ ପାଲଟିଛି ଭୁତିଆରବାହାଲ ବ୍ରିଜ ତଳ ।

ସୂଚନା ଯୋଗ୍ୟ ଯେ, ଦେଓଗାଁ ତହସିଲରେ ସାଲେପାଲିରୁ ରେଳ ବ୍ରିଜ ପର୍ୟ୍ୟନ୍ତ ଟେଣ୍ଡର ହୋଇ ନଥିବା ବେଳେ ସୋନଗଡ଼ ନଦୀରୁ ବାଲି ପ୍ରତିଦିନ ଚୋରା ଚାଲାଣ ହେଉଛି । ବାଲି ଚୋରା ଚାଲାଣ ଉପରେ ବଡବନ୍ଧ, କୁତୁର୍ଲା, ବନ୍ଧପଡା, ଜରାସିଂହା ଅଂଚଳରେ ପ୍ରତିଦିନ ବାଲି ଚୋରା ଚାଲାଣ ବୃଦ୍ଧି ପାଉଛି ଏବଂ ସରକାର ରାଜସ୍ୱ ହରାଉଛନ୍ତି ବୋଲି ବୁଦ୍ଧିଜୀବୀ ମହଳରେ ମତ ପ୍ରକାଶ ପାଉଛି । ଏଣୁ ବାଲି ଚୋରଙ୍କ ପ୍ରତି କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । ଆରଆଇ କୌଣସି ପଦକ୍ଷେପ ନେଉ ନଥିବାରୁ ଚାଲାଣ କରୁଥିବା ଟ୍ରାକ୍ଟରକୁ ଦେଓଗାଁ ତହସିଲଦାର ଧରି ଜରିମାନା କରୁଛନ୍‌ନ୍ତି । ତଥାପି ଦିନକୁ ଦିନ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ଏହି ବାଲି ଘାଟଗୁଡ଼ିକୁ ଟେଣ୍ଡର କରି ସରକାର ରାଜସ୍ବ ଆଦାୟ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.