ପଲିଥିନ୍‌ ‌ତଳେ କଟୁଛି ଦିନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଜ୍ଞାନ ଗ୍ରାମ ପଞ୍ଚାୟତର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଗରିବ ହିତାଧିକାରୀ ମାନଙ୍କର ଘରକୁ ପକ୍କା କରି ଦେବା ପାଇଁ ଘୋଷଣା ଉପରେ ଘୋଷଣା କରି ଚାଲିଛନ୍ତି । ହେଲେ କିଏ କୋଠା ଘରେ ମଜା ମଜଲିସ କରୁଛି ତ’ କିଏ ପଲିଥିନ ତଳେ ଖରା ବର୍ଷା କଷଲକ୍ଷହ ଦିନ କାଟୁଛି । ଜ୍ଞାନ ଗ୍ରାମର ଲାଲ ବାହାଦୁର ସେଠ ଜଣେ ଅତ୍ୟନ୍ତ ଗରିବ ଖଟିଖିଆ ବ୍ୟକ୍‌କ୍ତି । ପରିବାର ମଧ୍ୟରେ ୪ ଜଣ । ଅନ୍ୟ ଲୋକଙ୍କର ଜମିରେ ଭାଗ ଚାଷୀ ଭାବରେ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି । ଘର ଖଣ୍ତିଏ ପାଇଁ ସରପଞ୍ଚଙ୍କ ଠାରେ ହାରୀ ଗୁହାରି କରି ଅନେକ ଥର ଆବେଦନ କରିଥିଲେ ମଧ୍ୟ ଘର ମିଳୁନାହିଁ । ପଲଥିନ୍‌ ତଳେ ଦିନ କାଟୁଛନ୍ତି । ଆଜି ପର୍ୟ୍ୟନ୍ତ ଘର ମିଳୁନାହିଁ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସଦୟ ହୋଇ ଘର ଖଣ୍ଡିଏ ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.