pakka

ସଙ୍ଗିତା ମାଝୀଙ୍କୁ ପ୍ରତିଭା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାର ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ତରଫରୁ ସଙ୍ଗିତା ମାଝୀଙ୍କୁ ଚିତ୍ରକଳାରେ ବିଶେଷ ଅବଦାନ ପାଇଁ ‘ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି । ଆଦିବାସୀ ପ୍ରଦର୍ଶନି ପଡ଼ିଆ, ଇଉନିଟ୍‌-୧, ଭୁବନେଶ୍ୱରଠାରେ ଆୟୋଜିତ ଆଦିବାସୀ ମେଳା-୨୦୨୩ ଉଦ୍‌ଯାପନୀ ଦିବସରେ ଓଡ଼ିଶାର ମାନ୍ୟବର ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରତିଭା ସ୍ୱୀକୃତି ପତ୍ର, ଉପଢୋକନ, ଅର୍ଥରାଶି ଦେଇ ଅଭିନନ୍ଦନ ଜଣାଇଛନ୍ତି । ଏହି ଉତ୍ସବରେ ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ୍‌, କମିସନର ସେକ୍ରେଟେରି ରୋପା ରୋଶନ ସାହୁ, ଆଇଏଏସ୍‌ ପ୍ରମୁଖ ଉପସ୍ଥିତ ଥିଲେ । ସଙ୍ଗିତା ମାଝୀ ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଶିଶୁମନ୍ଦିର କଦମପଡ଼ା ବଲାଙ୍ଗିରରୁ ଦଶମ ଶ୍ରେଣୀରେ ଏ୧ ଗ୍ରେଡ୍‌, ବି.ଜେ.ବି ଜୁନିୟର କଲେଜ ଭୁବେନଶ୍ୱରରୁ ଯୁକ୍ତଦୁଇରେ ପ୍ରଥମ ଶ୍ରେଣୀରେ ପାସ୍‌ କରିବା ପରେ ଏବେ ଭିମସାର୍‌ ବୁର୍ଲାରେ ଦ୍ୱିତୀୟ ବର୍ଷ ଏମ୍‌.ବି.ବି.ଏସ୍‌.ର ଛାତ୍ରୀ । ସେ ବିଦ୍ୟାଳୟ ସମୟରୁ ବିଭିନ୍ନ ପ୍ରତିଯୋଗିତାରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଅଂଶ ଗ୍ରହଣ କରି କୃତିତ୍ୱ ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ପୁରସ୍କୃତ ଏବଂ ସମ୍ମାନିତ ହୋଇଛନ୍ତି । ପୂର୍ବରୁ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ନୂଆଦିଲ୍ଲୀ ତରଫରୁ ଡ.ଆମ୍ବେଦକର ଜାତୀୟ ମେଧା ପୁରସ୍କାର, ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ସର୍ବୋକୃଷ୍ଟ ଚିତ୍ରାଙ୍କନ ପାଇଁ ପ୍ରମାଣ ପତ୍ର ସହ ପୁରସ୍କୃତ ହୋଇଛନ୍ତି । ଏହା ବ୍ୟତୀତ ବ୍ୟାଡ଼ମିନଟନ୍‌ ଖେଳ ପ୍ରତି ତାଙ୍କର ବିଶେଷ ରୁଚି ରହିଛି । ସଙ୍ଗିତା ମାଝୀ ବଡ଼ଙ୍ଗୋମୁଣ୍ଡା ତୁଷୁରାର ମୂଳ ନିବାସୀ କୌଶଲ୍ୟା କୁମୁରା ଓ ମୀନକେତନ ମାଝୀଙ୍କ ସୁପୁତ୍ରୀ ଅଟନ୍ତି । ଏହି ସମ୍ମାନ ପାଇଥିବାରୁ ପରିବାର ସଦସ୍ୟ, ବନ୍ଧୁବାନ୍ଧବ, ଗ୍ରାମବାସୀ ତଥା ସହପାଠୀ ଶୁଭେଚ୍ଛା ଜଣାଇ ଉଜ୍ଜଳମୟ ଭବିଷ୍ୟତର କାମନା କରିଛନ୍ତି ।

Leave A Reply

Your email address will not be published.

five × 5 =