pakka

ବଡ଼ମାଳ ଗୋଲାବାରୁଦ କାରଖାନାରେ ଚିତାବାଘ ଆତଙ୍କ : ଲୋକେ ଭୟଭୀତ, ଭିଡିଓ ଭାଇରାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ଗୋଲାବାରୁଦ କାରଖାନାର ଉଆଇପଏଣ୍ଟ ନିକଟରେ ଆଜି ୩ଟି ଚିତାବାଘ ବୁଲୁ ଥିବା ସୂଚନା ସଂକ୍ରାନ୍ତୀୟ ଏକ ଭିଡିଓ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ବଡ଼ମାଲ ଗୋଲାବାରୁଦ କାରଖାନାର ଉଆଇପଏଣ୍ଟ ରାସ୍ତା ଦେଇ କିଛି ଯୁବକ ଏକ ଚାରି ଚକିଆ ଗାଡିରେ ଯାଉଥିବା ସମୟରେ ଏହି ଭିଡିଓଟି କରିଥିବା ବେଳେ ଭିଡିଓଟି ଏବେ ମୋବାଇଲରୁ ମୋବାଇଲକୁ ସାରା ବଲାଙ୍ଗିର ଜିଲ୍ଲାରେ ଘୁରି ବୁଲୁଛି । ଅନ୍ୟପଟେ ଏହି ଭିଡିଓଟି ବଡ଼ମାଲର ନା ଅନ୍ୟ କେଉଁ ଜାଗାର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡିଛି ।

Leave A Reply

Your email address will not be published.

twenty − 19 =