pakka

କୁଧରେନପାଲି ବିଦ୍ୟାଳୟକୁ ସୋହେଲା ବ୍ଲକ ସିଆର୍‌ସିସିମାନଙ୍କ ପରିଭ୍ରମଣ

kalikesh

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ କୁଧରେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆଜି ସୋହେଲା ବ୍ଲକର ପାଞ୍ଚ ଜଣ ସିଆର୍‌ସିସି ପରିଭ୍ରମଣ କରିଥିବା ଜଣାପଡିଛି । ସିଆର୍‌ସିସିମାନେ ହେଲେ କେଦାର ନାଥ ସାହୁ, କନଗାଁ କ୍ଳଷ୍ଟର, ନରେଶ ଚନ୍ଦ୍ର ସାହୁ, କନାପାଲି କ୍ଳଷ୍ଟର, ଟିକେଶ୍ୱର ପ୍ରଧାନ, କେଲେଣ୍ଡା କ୍ଳଷ୍ଟର, ଆଶୁତୋଷ ପାତ୍ର, ତବଡ଼ା କ୍ଳଷ୍ଟର ଏବଂ ଆଦିତ୍ୟ ଗଡତିଆ ଘେଁସ କ୍ଳଷ୍ଟର ଆଦି ବିଦ୍ୟାଳୟରେ ଦଶଟା ସମୟରେ ପହଞ୍ଚିଥିଲେ । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ନିପୁଣ ଭାରତ ମିଶନ ଯୋଜନାରେ ଚାଲୁଥିବା ନିଆରା ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମର ବିଭିନ୍ନ ଶିକ୍ଷଣ ସାମଗ୍ରୀ, ଏଫ୍‌ଏଲ୍‌ଏନ୍ ପାର୍କ ତଥା ଭାଷା ଓ ଗଣିତର ଶିକ୍ଷଣୀୟ କାର୍ଯ୍ୟ ଦେଖି, ପରଖି ଥିଲେ । ତା’ପରେ ପୁଝାରୀପାଲି ବିଦ୍ୟାଳୟକୁ ପରିଭ୍ରମଣ କରିଥିଲେ । ବାସ୍ତବରେ ସିଆର୍‌ସିସିମାନଙ୍କ ଏଭଳି ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ଶିକ୍ଷକମାନଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେଲେ ନିଶ୍ଚୟ ଶିକ୍ଷାର ବିକାଶ ହେବ । ଉକ୍ତ ପରିଦର୍ଶନରେ ଆସିଥିବା ସମସ୍ତ ସିଆର୍‌ସିସିମାନଙ୍କୁ ପ୍ରଧାନ ଶିକ୍ଷକ ସୁବାଷଚନ୍ଦ୍ର ସାହୁ ବିଦ୍ୟାଳୟର ଶୈକ୍ଷିକ କାର୍ଯ୍ୟକ୍ରମ ବିଷୟରେ ଜଣାଇ ଥିଲେ ।

pp
Leave A Reply

Your email address will not be published.

seven + five =