pakka

ନକଲି ଔଷଧର ଉତ୍ତର ପ୍ରଦେଶ ଲିଙ୍କ୍ ଉପରେ କାର୍ଯ୍ୟାନୁଷ୍ଠାନ : ବଡ଼ଧରଣର ରାକେଟର ପର୍ଦ୍ଦାଫାଶ୍

kalikesh

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନକଲି ଔଷଧ କାରବାର ବିରୁଦ୍ଧରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଉତ୍ତର ପ୍ରଦେଶ ଲିଙ୍କ୍ ସଙ୍କେତ ଉପରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଓଡ଼ିଶା ସରକାର ଉତ୍ତର ପ୍ରଦେଶ ସରକାରଙ୍କୁ ଦେଇଥିବା ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତର ପ୍ରଦେଶ ଷ୍ଟେଟ୍ ଟାକ୍ସ ଫୋର୍ସ ସନ୍ଦେହ ଜନକ ସ୍ଥାନରେ ଗତକାଲି ଚଢାଉ କରିଥିଲେ । ଓଡ଼ିଶାର ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରୁ ମିଳିଥିବା ସମସ୍ତ ଔଷଧ ଉତ୍ତର ପ୍ରଦେଶରୁ ଅଣାଯାଇଥିବାର ଏହି ଚଢାଉରୁ ଜଣାପଡିଥିଲା । ସିକନ୍ଦରାବାଦ ପୋଲିସ ଷ୍ଟେସନ୍ ଅନ୍ତର୍ଗତ ବୁଲନ୍ଦସହରର ଅଶୋକ କୁମାରଙ୍କର ଏକ ଘର ଚଢାଉରୁ ସେ ସମସ୍ତ ଔଷଧର ମହଜୁଦି ବିଷୟ ଜଣାପଡିଥିଲା । ତାଙ୍କୁ ଗିରଫ୍ କରାଯାଇ ତାଙ୍କର ସ୍ୱୀକାରୋକ୍ତି ଭିତ୍ତିରେ ଲହତାରା ଥାନା ଅନ୍ତର୍ଗତ ଅନ୍ୟ ଏକ ଗୋଦାମ ଉପରେ ମଧ୍ୟ ଚଢାଉ କାରଯାଇଥିଲା । ସେଠାରୁ ବହୁ ପରିମାଣର ନକଲି ଔଷଧ ଓ ନଗଦ ଟଙ୍କା ଜବତ ହୋଇଥିଲା । ଜବତ ହୋଇଥିବା ଔଷଧର ମୂଲ୍ୟ ପ୍ରାୟ ୭.୩୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ନଗଦ ଆକାରରେ ଚଢଉ ସ୍ଥାନରୁ ୪ ଲକ୍ଷ ଟଙ୍କା ମିଳିଛି । ଏହି ଚଢାଉ ଏକ ବଡ଼ଧରଣର ନକଲି ଔଷଧ ରାକେଟର ପର୍ଦ୍ଦାଫାଶ୍ କରିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ମଧ୍ୟ ଭାଗରେ ଆନ୍ତଃରାଜ୍ୟ ନକଲି ଔଷଧ ଅନୁସନ୍ଧାନ ପାଇଁ ଓଡ଼ିଶା ସରକାର ସ୍ୱତନ୍ତ୍ର ଟିମ୍ ଗଠନ କରି ଉତ୍ତର ପ୍ରଦେଶ ପଠାଇଥିଲେ । ଏହି ତଦନ୍ତରେ ସହାୟତା ନିମନ୍ତେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଉତ୍ତର ପ୍ରଦେଶ ସରକାରଙ୍କ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ । ଓଡ଼ିଶା ଟିମ୍‌ଙ୍କଠାରୁ ପ୍ରାପ୍ତ ସୂଚନା ଭିତ୍ତିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢାଉ, ଗିରଫ୍ ଓ ପଚରା ଉଚୁରା ଜାରି ରହିଛି । ରାଜ୍ୟ ସରକାର ପଠାଇଥିବା ସ୍ୱତନ୍ତ୍ର ଟିମ୍ ତାଙ୍କର ଅନୁସନ୍ଧାନ କାର୍ଯ୍ୟ ଚଳାଇ ରଖିଛନ୍ତି ।

pp
Leave A Reply

Your email address will not be published.

one × 4 =