କନ୍ଧପାଲିପଡାରେ ଶ୍ରୀ ଶ୍ରୀ ମାଣିକେଶ୍ୱରୀ କୀର୍ତ୍ତନ୍ୟ ମଣ୍ଡଳୀ ପକ୍ଷରୁ ୨୪ ପ୍ରହର ନାମ ସଂକୀର୍ତ୍ତନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କନ୍ଧପାଲିପଡାରେ ଶ୍ରୀ ଶ୍ରୀ ମାଣିକେଶ୍ୱରୀ କୀର୍ତ୍ତନ୍ୟ ମଣ୍ଡଳୀ ପକ୍ଷରୁ ୨୪ ପ୍ରହର ନାମ ସଂକୀର୍ତ୍ତନ ଯଜ୍ଞାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଗତକାଲି ମହାସମାରୋହରେ ଏଥିପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ପୂର୍ବାହ୍ନ ୧୦ଟା ୪୦ରେ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଧ୍ୟରୁ ତଥା ଜିଲ୍ଲା ବାହାରୁ ୪୦ଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରେ ୯ଟି ମହିଳା ସଂକୀର୍ତ୍ତନ ମଣ୍ଡଳୀ ସାମିଲ ଥିବା କୁହାଯାଇଛି । ଆସନ୍ତା ୫ ତାରିଖ ଦିନ ଏହାର ପୂର୍ଣ୍ଣାହୂତି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

14 − four =