pakka

ଜନଜାତି ପ୍ରତିଭାପ୍ରାପ୍ତମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ୨୦୨୨-୨୩ ବର୍ଷରେ ବଲାଙ୍ଗିର ଜିଲ୍ଲାର ଧମୟନ୍ତୀ କୁମୁରା ସଂପାଦିକା ଆଦିବାସୀ ବିକାଶ ସମନ୍ୱୟ ସମିତି ସାମାଜିକ ସେବା ଓ ଯୋଗ ଏବଂ ସୁଦାମ ବିଶି ସଂପାଦକ ଦୁଲଦୁଲି କଳାପରିଷଦ ଲୋକ ଗୀତ ଓ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ, ଓଡିଶା ସରକାର ତା.୦୧.୦୩.୨୦୨୩ ଦିନ ଭୁବନେଶ୍ୱର ଠାରେ ଜନଜାତି ପ୍ରତିଭା ସମ୍ମାନରେ ସମ୍ମାନିତ କରିଥିଲେ । ଆଜି ପ୍ରତ୍ୟାବର୍ତ୍ତନ କରିଥିବାରୁ ସେମାନଙ୍କୁ ରେଳଷ୍ଟେସନ ଠାରେ ଜିଲ୍ଲା ବିଶ୍ୱାବସୁ ମହାସଂଘ ଏକତା ପରିଷଦ ବଲାଙ୍ଗିର ଶାଖା, ଦୁଲଦୁଲି କଳାପରିଷଦ ଓ ଆଦିବାସୀ ଅଧିକାର ସମନ୍ୱୟ ସମିତି ତରଫରୁ ଯଥା ବିଶ୍ୱାଲ, ରାହାସ ବିହାରୀ ଭୋଇ, ଭୁବନ ନାୟକ, ମଳୟ ତ୍ରିପାଠୀ, ବାସୁ ସାହୁ, ପ୍ରିୟମ୍ବଦା କୁମୁରା, ସୁଦର୍ଶନ ବୁଡେକ, ଧର୍ମ ଭୋଇ ପୁଷ୍ପଗୁଚ୍ଛ ଓ ଓପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

pp
Leave A Reply

Your email address will not be published.

5 + twenty =