କଳିଙ୍ଗ ସମ୍ମାନରେ ସମ୍ମାନିତ ହେଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ନିଉଜ ୮ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ବିକାଶ ପଥେ ପଶ୍ଚିମ ଓଡିଶା”ରେ ସଂକଳ୍ପ ପରିବାରକୁ କଳିଙ୍ଗ ସମ୍ମାନରେ ସମ୍ମାନିତ କରାଯାଇଛି । କବିରତ୍ନ ପଦ୍ମଶ୍ରୀ ଡ. ହଳଧର ନାଗଙ୍କ ହାତରୁ କଳିଙ୍ଗ ସମ୍ମାନ ଗ୍ରହଣ କରିବାର ସୌଭାଗ୍ୟ ପାଇଥିଲା ସଂକଳ୍ପ ପରିବାର । ସଂକଳ୍ପ ପରିବାରକୁ ଏପରି ଏକ ଭିନ୍ନ ମଞ୍ଚରେ ସମ୍ମାନିତ କରିଥିବାରୁ ନିଉଜ ୮ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସଂକଳ୍ପ ପରିବାର ତରଫରୁ ବହୁତ ଧନ୍ୟବାଦ ଜଣାଇଛନ୍ତି । ଏହି ସମ୍ମାନ ନିଶ୍ଚିତ ଭାବରେ ସମାଜ ସେବା କ୍ଷେତ୍ରରେ ଆହୁରି ଉତ୍ସାହର ସହିତ କାମ କରିବା ପାଇଁ ଆମକୁ ପ୍ରେରଣା ଯୋଗାଇବ ବୋଲି ସଂକଳ୍ପ ପରିବାର ପକ୍ଷରୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

3 × 1 =

error: Content is protected !!