jsm

ସ୍ୱସ୍ତି ସାହିତ୍ୟ ସଂସଦ ତରଫରୁ ଡଃ. ସୁମନ ଦତ୍ତଙ୍କୁ ଭେଟି…..

csstore

ରାଉରକେଲା, ( ସସ୍ମିତା ପ୍ରଧାନ) : ବିଶିଷ୍ଟ ସମାଜସେବୀ ତଥା ସାହିତ୍ୟିକ ଡଃ ସୁମନ ଦତ୍ତଙ୍କ ଜନ୍ମ ଦିନରେ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ମାନପତ୍ର, ପୁଷ୍ପଗୁଛ, ଉପଢୌକନ ଓ ପୁସ୍ତକ ପ୍ରଦାନ କରାଯାଇ ତାଙ୍କ ଦୀର୍ଘ ସୁସ୍ଥ ନିରାମୟ ଜୀବନ କାମନା କରାଯାଇଥିଲା । ଏହି ଅବସରରେ ଡାକ୍ତର କୃପାସିନ୍ଧୁ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏକ କବିତା ଆସରରେ କବି କୁଞ୍ଜବିହାରୀ ରାଉତ କବିତା ପାଠ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସଂପାଦକ ରାଜୀବ ପାଣି, ରାଜକୁମାର ମହାନ୍ତି, ବିଭୁତି ଭୂଷଣ ଦାସ, ସୁଶାନ୍ତ କୁମାର ନାୟକ ଓ ସାହିତ୍ୟ ସଂପାଦିକା ଅଙ୍ଗୁରବାଳା ପରିଡା ପ୍ରମୁଖ ଭାଷା ସାହିତ୍ୟ ଉପରେ ଆଲୋଚନା କରିଥିଲେ। ଶ୍ରୀ ଦତ୍ତଙ୍କ ଜନ୍ମଦିନ ଉପଲକ୍ଷେ ଛୋଟ ଛୋଟ ପିଲାଙ୍କ ମେଳରେ କେକ୍ କଟାଯାଇ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଶର୍ମିଲା ଦତ୍ତ, ଅପଳା ଅପରିଜିତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ଶ୍ରୀ ଦତ୍ତ ଆଜିର ଦିନଟି ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ ।

yuvodaya
Leave A Reply

Your email address will not be published.