pakka

ଦାଦନ ଯାଇଥିଲେ ଫେରିବା ବାଟରେ ବାପର ଜୀବନ ଚାଲିଗଲା

bbehera

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର(ଡୁଡୁକା) ବ୍ଲକ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଗ୍ରାମର ବାପ ପୁଅ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଉଭୟେ ଘରକୁ ଫେରୁଥିଲେ । ଫେରିବା ବାଟରେ ବାପର ଜୀବନ ଚାଲିଯାଇଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, ଡୁଙ୍ଗୁରିପାଲି ଗ୍ରାମର ଅନନ୍ତ ବାଗ ୫୨ବର୍ଷ ଓ ପୁଅ ସରୋଜ ଗତ ବର୍ଷ ଜୁନ ମାସରେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ପୁଅ ସରୋଜର ଦେହ ଖରାପ ହେବାରୁ କାମ କରିବାରେ ଅସୁବିଧା ସୃଷ୍ଟି ହୋଇଥିଲା । ଚିକିତ୍ସା ବ୍ୟବସ୍ଥା ସମ୍ଭବ ନ ହେବାରୁ ଦିନକୁ ଦିନ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ଏଣୁ ଘରକୁ ଆସି ଚିକିତ୍ସା କରିିବା ବିଚାର କରି ଗତ ୧୩ତାରିଖ ବାପ ପୁଅ ଟ୍ରେନ ଯୋଗେ ଫେରୁଥିଲେ । ଆସିବା ବାଟରେ ଟ୍ରେନ ଭିତରେ ଅନନ୍ତ ଅସୁସ୍ଥ ହୋଇ ପଡିଥିଲେ । ବିଶାଖାପାଟଣା ରେଳଷ୍ଟେସନ ଠାରେ ହଠାତ୍ ପ୍ରାଣବାୟୁ ଚାଲିଯାଇଥିଲା । ପାଖରେ ପଇସା ପତ୍ର ନଥିବାରୁ ଘରକୁ ଆସିବା ସମ୍ଭବ ହୋଇନପାରି ଷ୍ଟେସନରେ ଶବ ପଡି ରହିଥିଲା । ପୁଅ ସରୋଜ ଘରକୁ ଫୋନ କରିବାକୁ କହି ଡୁଙ୍ଗୁରିପାଲି ଗ୍ରାମକୁ ଖବର ଦେଇଥିଲେ । ବାପାଙ୍କ ମୃତଦେହ ଧରି ଏକ ଆମ୍ବୁଲାନ୍ସଯୋଗେ ଘରେ ପହଞ୍ଚିଥିଲେ । ସରୋଜଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଗ୍ରାମର କିଛି ଯୁବକ ଚାନ୍ଦା କରି ଆମ୍ବୁଲାନ୍ସ ଡ୍ରାଇଭରକୁ ଭଡା ଦେଇଥିଲେ । ବାପାଙ୍କ ମୃତ୍ୟୁ ପରେ ପରିବାରବର୍ଗ ଅସହାୟ ହୋଇପଡିଛନ୍ତି । ପ୍ରଶାସନ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଡୁଙ୍ଗୁରିପାଲି ଗ୍ରାମବାସୀ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

4 × two =