pakka

ଭାରତ ବିକାଶ ପରିଷଦ ଦ୍ୱାରା ସର୍ବ ଭାରତୀୟ ସ୍ତରରେ ଏକକ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ ଦ୍ୱାରା ସର୍ବ ଭାରତୀୟ ସ୍ତରରେ ଏକକ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗୀତାରେ ଗୁରୁ ନାନକ ପବ୍ଲିକ୍ ସ୍କୁଲ, ରାଉରକେଲାର ଚତୁର୍ଥ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଅନୁଷ୍କା ମହାନ୍ତି ଚତୁର୍ଥ ସ୍ଥାନ ଅଧିକାର କରି ଦେଶର ଜଣେ ସଫଳ ପ୍ରତିଯୋଗୀ ରୂପରେ ଉଭା ହୋଇଛନ୍ତି । ସୁଶ୍ରୀ ଅନୁଷ୍କା ପ୍ରଥମେ ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ତରଫରୁ ଅନୁଷ୍ଠିତ ପ୍ରତିଯୋଗିତାରେ ସଫଳ ହୋଇ ପ୍ରାନ୍ତ ଏବଂ ପରେ ଭାରତ ବିକାଶ ପରିଷଦ ସର୍ବ ଭାରତୀୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି । ସୁଶ୍ରୀ ଅନୁଷ୍କା, କିଶୋର ମହାନ୍ତି ଏବଂ ଶ୍ରୀମତୀ ସବିତା ମହାନ୍ତିଙ୍କର କନ୍ୟା ଅଟନ୍ତି । ତାଙ୍କ ସଫଳତାରେ ରାଉରକେଲାବାସୀ ଗର୍ବ ଅନୁଭବ କରିବା ସଂଗେ ସଂଗେ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

jay balangir
Leave A Reply

Your email address will not be published.

fifteen − 1 =

error: Content is protected !!