pakka

ଇଲେଭେନ୍‌ ଷ୍ଟାର୍‌ କ୍ରିକେଟ୍‌ କପ୍‌ ଉଦ୍‌ଯାପିତ : ପଦ୍ମପୁର ଚାମ୍ପିୟାନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦହିତାଠାରେ ଇଲେଭେନ୍‌ ଷ୍ଟାର ଦ୍ଵାରା ଆୟୋଜିତ ୧୧ତମ ଇଲେଭେନ ଷ୍ଟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ବୁଡେନ ଦଳ ଭଗତପୁର ଦଳକୁ ହରାଇ ଏବଂ ପଦ୍ମପୁର ଦଳ ଗଡ଼ଭାଟି ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲ ମ୍ୟାଚରେ ପଦ୍ମପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୮ ଉଇକେଟ ହରାଇ ୧୫୨ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ବୁଡେନ ଦଳ ସମସ୍ତ ଉଇକେଟ ହରାଇ ୬୪ ରନ ସଂଗ୍ରହ କରି ପରାଜିତ ହୋଇଥିଲେ । ଉଦ୍‌ଯାପନୀ ଉତ୍ସବରେ ଖଲିଆପାଲିର ପୂର୍ବତନ ସରପଞ୍ଚ କେତନ ମେହେର ମୁଖ୍ୟ ଅତିଥି ଏବଂ ପଙ୍କଜିନି ପ୍ରଧାନ ଓ ରଂଜନ ମେହେର, ଡିଲେଶ୍ୱର ବାଗ, ନାରାୟଣ ହୋତା ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଦଳକୁ ୧୨୦୦୦ ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୭୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ପଦ୍ମପୁର ଦଳର ରୁନୁ ମେନ୍‌ ଅଫ୍‌ ଦି ମେଚ୍‌ ଓ ମେନ୍‌ ଅଫ୍‌ ଦି ସିରିଜ ବୁଡେନ ଦଳର ସାଇ ରେଡିକୁ ଦିଆଯାଇଥିଲା । ଆଜିର ମ୍ୟାଚରେ ଦୁଇତିଆ, ସୁମନ୍ତ, ଅଶୋକ, ଦୀପକ ଅମ୍ପାୟାରିଂ ଏବଂ ଲବ ଓ ସୋନୁ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ । ମନ ଓ ଦୀପକ ଧାରା ବିବରଣୀ ପ୍ରଦାନ କରିଥିଲେ ଓ ସୁମନ୍ତ, ତନୁ, କାଳିଆ, ସୁଶୀଲ, ସୋନୁ, ଦୀପକ ପ୍ରମୁଖ ବିଶେଷ ସହଯୋଗ କରିଥିଲେ । ଶେଷରେ ସଭାପତି ସୁଶୀଲ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

five − five =