pakka

କାର୍‌ ସହ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ବାଇକ୍ ଆରୋହୀ ଆହତ, ଜଣେ ଗୁରୁତର

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ପାଢେଲ ଗ୍ରାମର ଡୁମେରପଦର ଯିବା ଚଳା ରାସ୍ତା ପାଖରେ ଏକ କାର ସହ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଦୁଇ ବାଇକ୍ ଚାଳକ ହେଲେ ଧଉଁରା ଦାଦରର ଟିକେଶ୍ଵର ବରିହା (୫୪) ଓ ଡୁମେରପଦର ଅର୍ଜୁନ ସାହୁ (୪୫) ବୋଲି ଜଣାପଡିଛି । ଦୁର୍ଘଟଣା ପରେ କାର୍‌ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଟିକେଶ୍ଵର ଓ ଅର୍ଜୁନ ସକାଳ ୭ଟା ସମୟରେ ପଦ୍ମପୁର- ପାଟଣାଗଡ଼ ରାସ୍ତା ଡେଇଁ ନିଜ ନିଜ ବାଇକରେ ତମିଆଁ ବଜାରକୁ ଛେଳି ବିକ୍ରୟ କରିବା ଯାଉଥିଲେ । ପାଇକମାଲର ଏକ ମାରୁତି କାର ନଂ (ଓଡ଼ି ୧୭ ଆର୍ ୩୬୪୬) ସୁଇପଟ୍‌ କାରରେ ସେହି ଗାଁର ଲୋକେ କଣ୍ଟାବାଞ୍ଜିର ଏକ ବିବାହ ଉତ୍ସବର ଯୋଗଦେବା ପାଇଁ ଯାଉଥିଲେ । କଣ୍ଟାବାଞ୍ଜିରୁ ପାଟଣାଗଡ଼ ଦେଇ ଆସୁଥିବା ସମୟରେ ପାଢେଲ ଗ୍ରାମର ହାଇସ୍କୁଲର ଅନତି ଦୂରରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ଆରୋହୀ ଟିକେଶ୍ଵର ଓ ଅର୍ଜୁନଙ୍କୁ କାରଟି ସାମ୍ନା ସାମ୍ନୀ ଧକ୍କା ଦେଇଥିଲା । କାରରେ ୩ ଜଣ ମହିଳା ଜଣେ ପୁରୁଷ ଥିବା ବେଳେ କାର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିଲା । ଖବର ପାଇ ଓଡିଶା ମଟର ଯାନ ଚାଳକ ସଂଘ ପାଇକମାଲର ସଭାପତି ଉଗ୍ରସେନ ସାହୁ ସହ ସଂଘର ସଦସ୍ୟଙ୍କ ସହଯୋଗରେ ଆହତଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡ଼ାକ୍ତରଖାନାକୁ ପହଞ୍ଚାଇ ଥିଲେ । ଟିକେଶ୍ଵର ଆହତ ହୋଇଥିବା ବେଳେ ଅର୍ଜୁନଙ୍କ ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଂଚି କାର୍‌ ଓ ବାଇକ୍ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

8 + nine =