pakka

ପାହାଡି ତରଙ୍ଗ ତରଫରୁ ଲତା ମଙ୍ଗେସ୍‌କରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

bbehera

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ସର୍ବପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ” ପାହାଡ଼ି ତରଙ୍ଗ “ତରଫରୁ ସଂଗୀତ ଓ ନୃତ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାରତର କୋକିଳ ମହିୟସୀ ଲତା ମଙ୍ଗେସ୍‌କର ଇହଲୀଳା ସମ୍ବରଣ କଲେ । ସମସ୍ତ ଅନୁଷ୍ଠାନ ସ୍ତମ୍ଭୀଭୁତ ହୋଇଗଲା । ଏକ ଶୋକାକୂଳ ପରିବେଷରେ ଦ୍ୱିତୀୟ ସରସ୍ବତୀ ଲତାଜୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ତାଙ୍କର କେତେକ ହୃଦୟସ୍ପର୍ଶୀ ସଂଗୀତ ପରିବେଷଣ କରାଯାଇଥିଲା । ଏଥିରେ କନ୍ଧମାଳର ବରିଷ୍ଠ ସାହିତ୍ୟିକ ମିହିର ପାଢ଼ୀ, ଗାୟକ ଗୋପାଳ କୃଷ୍ଣ ନାୟକ, ଶ୍ରୀଲେଖା ଶୁଭଲତା ଗୁରୁମା, ନୃତ୍ୟ ପ୍ରଶିକ୍ଷକ ଦେବାଶିଷ, କେଦାରନାଥ ନାୟକ ତଥା ସରୋଜ କୁମାର ନାୟକ ଏବଂ ଅନୁଷ୍ଠାନର ଅନ୍ୟ ସଦସ୍ୟ ଓ କଳାକାରମାନେ ଉପସ୍ଥିତ ରହି ଏକ ଅଶ୍ରୁଳ ସ୍ଥିତିରେ ଲତାଜୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ତରଫରୁ ଆନୁଷ୍ଠାନିକ ଭାବେ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ଅନୁଷ୍ଠାନର ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ସ୍ଥିର କରାଯାଇଥିଲା ।

jay balangir
Leave A Reply

Your email address will not be published.

20 − eight =

error: Content is protected !!