csstore

ଦେଓଗାଁ ବ୍ଲକ ସ୍ତରୀୟ ବିଜେଡ଼ିର ସାଙ୍ଗଠାନିକ ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ମଧ୍ୟାହ୍ନରେ ଦେଓଗାଁ ବ୍ଲକ ବିଜୁ ଜନତା ଦଳର ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡ଼ି ସଭାପତି ସୁଶିଲ ଚାନ୍ଦଙ୍କ ପରିଚାଳନାରେ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଜୁ ଜନତା ଦଳର ଅନ୍ୟତମ ପ୍ରତିଷ୍ଠାତା ତଥା ପୂର୍ବ ରାଜ୍ୟସଭା ସାଂସଦ, ପୂର୍ବମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଯୋଗଦେଇ ବର୍ତ୍ତମାନ ଆମ ଦଳ ବିରୋଧୀ ଦଳର ଭୂମିକା କରୁଛି, ଗତ ୨୪ବର୍ଷର ସରକାର ମାଁ ଗର୍ଭର ଶିଶୁ ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରି ଲୋକଙ୍କ ଆସ୍ଥା ଭାଜନ ହୋଇଥିଲା । ଲୋକମାନେ ଆମ ସହିତ ଅଛନ୍ତି । ବର୍ତ୍ତମାନର ସରକାରର କୌଣସି ସାଙ୍ଗଠାନିକ ବଳ ନାହିଁ କି ଲକ୍ଷ୍ୟ ନାହିଁ । ବିରୋଧୀରେ ଥାଇ ମଧ୍ୟ ଲୋକଙ୍କ କାମ ଠିକ ଭାବେ କରିହେବ । ତେଣୁ ଉଚିତ ସଂଗଠନ କରିବାର ସମୟ ଆସିଛି ବୋଲି ବିଜେଡ଼ି କର୍ମୀଙ୍କ ସାମ୍ନାରେ ମତ ପ୍ରକାଶ କରିଥିଲେ । ଏହି ସଭାରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଦୁଇ ଜିଲ୍ଲା ପରିଷଦ ସଭ୍ୟା ମମତା କୁମୁରା, ସୁମତୀ ସେଠ, ବରିଷ୍ଠ ବିଜେଡ଼ି ନେତା ଉମାଶଙ୍କର ସିଂ, ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ବିଜେଡ଼ି ଯୁବ ସଭାପତି ଶୈଳେନ୍ଦ୍ର ସାହୁ, ପୂର୍ବ ଜିଲ୍ଲା ବିଜେଡ଼ି ଯୁବ ସଭାପତି କୈଳାଶ ମହାନ୍ତି, ବ୍ଲକ ସରପଞ୍ଚ ସଂଘର ସଭାପତି ଗୋପାଳ ମିଶ୍ର, ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ ପ୍ରମୁଖ ଆସନ୍ତା ୨୦୨୭ରେ ପଞ୍ଚାୟତ ନିର୍ବାଚନରେ ଯେପରି ୱାଡ଼ ସଭ୍ୟରୁ ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ବିଜେଡ଼ି ହାତରେ ରହିବ ସେଥିପ୍ରତି ଯୋଜନା କରିବାକୁ ମଞ୍ଚାସୀନ ଅତିଥିମାନେ ପରାମର୍ଶ ଦେଇଥିଲେ । ବିଭିନ୍ନ ପଞ୍ଚାୟତ ଓ ଗାଁରୁ ଆସିଥିବା ବିଜେଡ଼ି ଦଳର କର୍ମୀମାନଙ୍କ ମଧ୍ୟରେ କିଛିଟା ଅସନ୍ତୋଷ ଦେଖାଯାଇଥିବା ବେଳେ ଶ୍ରୀ ସିଂହଦେଓ ସବୁ ସମସ୍ୟାର ସମାଧାନ ଅଛି, ମୁଁ ପ୍ରତ୍ୟେକଙ୍କ ସହ ଆଲୋଚନା କରି ସମାଧାନ କରିବି ବୋଲି ପ୍ରତିଶୃତି ଦେବା ପରେ କର୍ମୀମାନେ ଉପରିସ୍ଥ କର୍ମକର୍ତ୍ତାଙ୍କ ସହ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବେଣୀ ମାଧବ ହୋତା, ମୋହନ ଅଗ୍ରୱାଲ, ବିରେନ୍ଦ୍ର ପାଣିଗ୍ରାହୀ, ବିଭୁ ଚରଣ ରଣା, ଅନନ୍ତ ସାହୁ, ରାଜେନ୍ଦ୍ର ମହାନନ୍ଦ, ଶାବକ ବାରିକ, ଗୁରୁଦେବ ରଣା, ବ୍ରାହ୍ମଣୀଜୋର ମହେନ୍ଦ୍ର ମଲ୍ଲିକ, ଜରାସିଂହା ସରପଞ୍ଚ କୁଶମଣୀ ମେହେର ସହ ଦେଓଗାଁ ବ୍ଲକର ସମସ୍ତ ୨୬ଟି ପଞ୍ଚାୟତର ଶତାଧିକ କର୍ମୀ ଯୋଗଦେଇ ସମୀକ୍ଷା ବୈଠକରେ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ବିଜେଡ଼ି ନେତା ଉମା ଶଙ୍କର ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.