jsm

ମାୟାବତୀଙ୍କ ୬୯ତମ ଜନ୍ମ ଦିବସ ଜନ କଲ୍ୟାଣକାରୀ ଦିବସ ଅବସରରେ ବହୁଜନ ସମାଜ ପାର୍ଟି ବଲାଙ୍ଗିର ପକ୍ଷରୁ ରକ୍ତଦାନ ଶିବିର

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୌହ ମାନବୀ ସୁଶ୍ରୀ ଭଉଣୀ ମାୟାବତୀଙ୍କ ୬୯ତମ ଜନ୍ମ ଦିବସ ଜନ କଲ୍ୟାଣକାରୀ ଦିବସ ଅବସରରେ ବଲାଙ୍ଗିର ଜିଲ୍ଲା ବହୁଜନ ସମାଜ ପାର୍ଟିର କାର୍ଯ୍ୟକର୍ତ୍ତା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲ ଠାରେ ରକ୍ତଦାନ କରି ଉତ୍ସବ ପାଳନ କରିଥିଲେ । ଉତ୍ସବରେ ଅଜିତ କୁଅଁରଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ସୁବାଷ ଚନ୍ଦ୍ର ସୁନା, ରମାକାନ୍ତ ନାଗ, ଯୁଧିଷ୍ଟିର ଜାଲ, ମଙ୍ଗଲୁ ତାଣ୍ଡି, କାର୍ତ୍ତିକେଶ୍ୱର ନାଗ, ବିଶ୍ୱନାଥ ସୁନା, ସୁଶିଲ ଜାଲ, ସୁଶିଲ ହରପାଲ, ଜିତେନ୍ଦ୍ର ବାଗ, ସେବକ ବାଗ, ନିଳମ ବାଗ, ବଳରାମ ସରଭଙ୍ଗ, ଅଶୋକ ଦୀପ, ତୁଳସିରାମ ଜାଲ ଇତ୍ୟାଦି ଉପସ୍ଥିତ ଥିଲେ । ଶେଷରେ ପ୍ରକାଶ ନାଗ ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.