ଚାଷୀଙ୍କୁ ପାରମ୍ପରିକ ବିହନ ପ୍ରଦାନ କରାଯାଉ : ଲୋକ ଉନ୍ନତି ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଚାଷୀମାନଙ୍କୁ ପାରମ୍ପରିକ ବିହନ ପ୍ରଦାନ, ସମସ୍ତ କିଟ୍‌ରେ ବିହନ ପରିମାଣ ବୃଦ୍ଧି କରାଯାଉ, ସରକାରଙ୍କ ବିଭିନ୍ନ ଯୋଜନା ଯେପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ଏ ନେଇ ସରକାର ପଦକ୍ଷେପ ଗ୍ରହଣ କରିବା ଆଦି ଦାବୀକୁ ନେଇ ଆଜି ଲୋକ ଉନ୍ନତି ସଂଗଠନ ତରଫରୁ ସ୍ଥାନୀୟ ଯାଦବ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଲୋକ ଉନ୍ନତି ସଂଗଠନର ଅବବାହକ ମମତା ପାଣିଗ୍ରାହୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲାର ପ୍ରାୟ ୧୦ଟି ବ୍ଲକରୁ ଚାଷୀମାନେ ଆସି ନିଜର ଚାଷଜନିତ ବିଭିନ୍ନ ସମସ୍ୟା ଉତ୍‌ଥାପନ କରିଥିଲେ । ଜିଲ୍ଲାର ପଛୁଆ ଓ ଦଳିତ ବର୍ଗର ଲୋକଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବା ଦିଗରେ ସରକାରଙ୍କ ଉଦାସୀନତା ମନୋଭାବକୁ ସଂଗଠନ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମିଥୁନ ସୁନା, ମାଣିକ ଭୋଇ, ଅନୁମିତା ପ୍ରଧାନ, ସ୍ଵର୍ଣ୍ଣଲତା ନାଏକ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.

twelve − five =