pakka

କଣ୍ଟାମାଳରେ ଫକୀର ପଟ୍ଟନାୟକ ସନ୍ଧ୍ୟା

  • ଫକୀର ଗୀତରେ ଝୁମିଲେ ଦର୍ଶକ

କଣ୍ଟାମାଳ, (ବଂଶୀଧର ମାଝି) : କଣ୍ଟାମାଳସ୍ଥିତ ହରିଶଙ୍କର କଳା ମଣ୍ଡପଠାରେ ବୌଦ୍ଧ ଜିଲ୍ଲାସ୍ତରୀୟ ଫକୀର ପଟ୍ଟନାୟକ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ଫକୀର ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ ଭାବେ କଣ୍ଟାମାଳ ଲୋକ ମହୋତ୍ସବର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆୟୋଜକ ତଥା ଫକୀର ପଟ୍ଟନାୟକ ସ୍ମୃତି କମିଟିର ଜିଲ୍ଲା ଅଧ୍ୟକ୍ଷ ଦିବ୍ୟଶଙ୍କର ରାଉତ ଫକୀର ପଟ୍ଟନାୟକଙ୍କ ପ୍ରତ୍ୟେକଟି ଗୀତ ଆମ ଲୋକ କଳା, ଆମ ଗ୍ରାମ୍ୟ ଜୀବନ ଓ ସଂସ୍କୃତିର ପ୍ରତିଫଳନ ବୋଲି କହିବା ସହ ପଶ୍ଚିମ ଓଡିଶାର ପ୍ରତ୍ୟେକଟି ଜିଲ୍ଲାରେ ଏହାରି କାର୍ଯ୍ୟକ୍ରମ ସ୍ୱର୍ଗତ ଫକୀର ପଟ୍ଟନାୟକଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପରେ ରାଜ୍ୟ ସ୍ତରରେ ଏହାରି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଆବାହକ ଶାଶ୍ୱତ ତ୍ରୀପାଠି କହିଥିଲେ । ଆୟୋଜିତ ଫକୀର ସନ୍ଧ୍ୟାରେ କଣ୍ଠଶିଳ୍ପୀ ପଦ୍ମଲୋଚନ ସାହୁ, ସୁପ୍ରିୟା ଶର୍ମା, ସୌଭାଗ୍ୟ ଲକ୍ଷ୍ମୀ, ଭାଗିରଥି ମିଶ୍ର, ଶିବାନନ୍ଦ ତ୍ରିପାଠୀ, ଶ୍ରୀକାନ୍ତ ଦାଶ ଓ ଶାଶ୍ୱତ ତ୍ରିପାଠୀ ଫକୀର ପଟ୍ଟନାୟକଙ୍କ ଲୋକ ପ୍ରିୟ ଗୀତ ଗୁଡିକୁ ଗାନ କରି ଦର୍ଶକଙ୍କୁ ବିମୋହିତ କରି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥିଲେ ହରିବୋଲ ସୁନା, ରଜତ ପେରା, ବିପିନ ନାଏକ, ଶ୍ରୀତମ ସୁନା, ଧନଞ୍ଜୟ ନାଏକ ଏବଂ ଉଦ୍‌ଘୋଷକଭାବେ ସସ୍ମିତା ରାୟଗୁରୁ ମଂଚ ପରିଚାଳନା କରିଥିଲେ । କଣ୍ଠଶିଳ୍ପୀମାନଙ୍କ ମୁଖ୍ୟ ଅତିଥି ନିରଞ୍ଜନ ବିଶି ସମ୍ମାନ ଫର୍ଦ୍ଦ ଦେଇ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.

four + 13 =