pakka

ଉନ୍ନତ ପ୍ରଣାଳୀରେ ଲଙ୍କା ଚାଷ ଉପରେ ଦିନିକିଆ ତାଲିମ୍ ଶିବିର ଅନୁଷ୍ଠିତ

ସମ୍ବଲପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ଜ଼ିଲ୍ଲା ମାନେଶ୍ଵର ବ୍ଲକ ଅନ୍ତର୍ଗତ ହୁମା ମନ୍ଦିର ନିକଟରେ ଦିନିକିଆ ଉନ୍ନତ ଲଙ୍କା ଚାଷ ଉପରେ ଦିନିକିଆ ଶିବିର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ଓ ଏଚଡିଏଫସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକୁ ସ୍ଥାନୀୟ ସରପଞ୍ଚ ଇଲାବତୀ ପୂଝାରୀ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ସତ୍ୟନାରାୟଣ ମେହେର, ନାଇବ ସରପଞ୍ଚ ସହଯୋଗ କରିଥିଲେ । ସଂପୂର୍ଣ୍ଣା ପ୍ରକଳ୍ପର ମୁଖ୍ୟ ଅମ୍ରିତା କୁମାରୀ ଏହି ପ୍ରକଳ୍ପ ଉପରେ ବର୍ଣ୍ଣନା କରିଥିବା ବେଳେ ମିହିର ରଞ୍ଜନ ସାଗର ଉଦପାଦକ ଦଳ ଉପରେ ବର୍ଣ୍ଣନା କରିଥିଲେ । ମାନେଶ୍ଵର ବ୍ଲକର ଏଏଚଓ ସୁସ୍ମିତା ଦନସେନା ତାଲିମ ପ୍ରଦାନ କରିଥିବା ଏଚଓ ରମେଶ ପଟ୍ଟନାୟକ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ କୁ ସୁବୋଧ ସାହୁ ପରିଚାଳନା କରିଥିବା ବେଳେ ଜଳନ୍ଧର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମଲଲୋଚନ ଭୋଇ, ରବୀନ୍ଦ୍ର ଭୋଇ କୃଷକ ସାଥି ହୁମା ଗ୍ରାମପଞ୍ଚାୟତ ଏବଂ ଅନୁଷ୍ଠାନର ସିଆରପି ସୁଶାନ୍ତ ରଣା, ବିମଲ ବାଗ ଓ ପ୍ରତିମା ବଗର୍ତି ସହଯୋଗ କରିଥିଲେ । ଏହି ଅବସରରେ ବହୁ ସଂଖ୍ୟାରେ ମହିଳା ଚାଷୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

fourteen − twelve =