pakka

ସଇଁତଲା ପାଳଗଦାରୁ ନର କଙ୍କାଳ ଉଦ୍ଧାର ଘଟଣା : ସ୍କେଚ୍‌ ଜାରିକଲା ପୋଲିସ, ସୂଚନା ଦେଲେ ପୁରସ୍କାର ଘୋଷଣା

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାର ଜାତୀୟ ରାଜପଥ-୨୬ ନବୀନ ଛକ ନିକଟ ଏକ ଚାଷଜମିର ପୋଡା ପାଳଗଦା ଭିତରୁ ନର କଙ୍କାଳ ଓ ୧୪ଟି ଚୁଡି, ପାଉଁଜି ପୁଲିସ ଜବତ କରିଥିଲା । ୨୦୨୧ ଫେବୃୟାରୀ ମାସର ଏହି ଘଟଣାକୁ ନେଇ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଇତିମଧ୍ୟରେ ତଦନ୍ତରୁ କଙ୍କାଳ ଖପୁରି ଆଧାରରେ ଅବିକଳ ଚେହେରାର ୨ଟି ଫଟୋ ଜାରି କରିଛି ପୋଲିସ । ଫଟୋରେ ଝିଅର ବୟସ ୧୮ରୁ ୨୫ ଭିତରେ ଥିବା ଅନୁମାନ କରାଯାଉଛି । ତାଙ୍କ ସଂପର୍କରେ କେହି ଜାଣିଲେ ପୁଲିସକୁ ଫୋନ୍‌ ନଂ- (୦୬୬୫୨-୨୩୨୩୦୦)ରେ ସୂଚନା ଦେବାକୁ ଏସ୍‌ପି ଅନୁରୋଧ କରିଛନ୍ତି । ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ ଏବଂ ନାମ ଗୋପନ ରଖାଯିବ ବୋଲି ଘୋଷଣା କରାଯାଇଛି ।

Leave A Reply

Your email address will not be published.

14 − five =