jsm

ଓଡିଶା ଆଦର୍ଶ ବିଦ୍ୟାଳୟ ଡୁଡୁକା, ଆଗଲପୁର ଠାରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ

csstore

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଓଡିଶା ଆଦର୍ଶ ବିଦ୍ୟାଳୟ ଡୁଡୁକା, ଆଗଲପୁର ୨୦ ଡିସେମ୍ବର ୨୦୨୫ ତାରିଖ ସକାଳ ୧୦ଟାରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ଉତ୍ସବ ଗମ୍ଭୀର ଓ ଉତ୍ସାହଭରା ପରିବେଶରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଓ ବ୍ଲକସ୍ତରର ସ୍ୱାସ୍ଥ୍ୟ ବିଭାଗଙ୍କ ଉଦ୍ୟମରେ ଆୟୋଜିତ ହୋଇଥିଲା । ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ୨୦-୦୨-୨୦୨୬ ରୁ ୦୧-୦୩-୨୦୨୬ ପର୍ଯ୍ୟନ୍ତ ଆଗଲପୁର ବ୍ଲକ୍ ଅଞ୍ଚଳରେ କାର୍ଯ୍ୟାନ୍ୱିତ ହେବ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଆଗଲପୁରର ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା (ଜୋନ–୨, ଆଗଲପୁର) ଶ୍ରୀମତୀ ବୀଣାପାଣି ଦାସ, ବିଡିଓ ଆଗଲପୁର, ଏଡିପିଏଚଓ (ଭେକ୍ଟର ଜନିତ ରୋଗ), ବଲାଙ୍ଗିର, ଡା. ଧୀରେନ କୁମାର ମେହେର (ବ୍ଲକ୍ ପବ୍ଲିକ୍ ହେଲ୍ଥ ଅଫିସର, ସିଏଚସି ଆଗଲପୁର), ଡା. ଦତ୍ତ (ୱାଲ୍ଡ ହେଲ୍‌ତ ଅରଗା ନାଇଜେସନ୍‌)ପରାମର୍ଶଦାତା, ଡା. ରଥ (ଡବ୍ଲ୍ୟୁଏଚଓ) ଏବଂ ପ୍ରଧାନ ଶିକ୍ଷକ, ଓଡିଶା ଆଦର୍ଶ ବିଦ୍ୟାଳୟ ଡୁଡୁକା ଉପସ୍ଥିତ ଥିଲେ । ରାଜ୍ୟ, ଜିଲ୍ଲା ଓ ସିଏଚସି ସ୍ତରର ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ । ଅତିଥିମାନେ ତାଙ୍କ ଅଭିଭାଷଣରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଗୁରୁତ୍ୱ ବ୍ୟାଖ୍ୟା କରି ସମାଜର ସମସ୍ତ ଶ୍ରେଣୀର ଲୋକମାନଙ୍କୁ ଏହି ସ୍ୱାସ୍ଥ୍ୟ ଅଭିଯାନରେ ସକ୍ରିୟ ସହଭାଗିତା ପାଇଁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମଟିକୁ ଭଜମନ ସାହୁ, ସନ୍ତୋଷ କୁମାର ଦୋରା, ମନୋଜ ତ୍ରିପାଠୀ ଓ ଭାରତୀ ସାହୁ ସୂଚାରୁ ଭାବେ ପରିଚାଳନା କରିଥିଲେ । ଆଗଲପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକମାନେ ଉପସ୍ଥିତ ରହି ସଚେତନତା ସୃଷ୍ଟିରେ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମର ସମାପନ ଘୋଷଣା କରାଯାଇଥିଲା ।

yuvodaya
Leave A Reply

Your email address will not be published.