jsm

ସମିତି ସଭ୍ୟାଙ୍କ ପରଲୋକ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁନାମୁଦି ଗ୍ରାମ ପଂଚାୟତର ପୂର୍ବତନ ସମିତି ସଭ୍ୟା ଶ୍ରୀମତୀ ଜୟନ୍ତୀ ସାହୁଙ୍କ ୬୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ହେଉଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବରିଷ୍ଠ ରାଜନୈତିଜ୍ଞ ଶ୍ରୀଯୁକ୍ତ ଜୟରାମ ସାହୁଙ୍କ ଧର୍ମପତ୍ନୀ ଶ୍ରୀମତୀ ସାହୁ ଦୀର୍ଘ ଦିନ ଧରି ବୋନ ଟିବିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲାବେଳେ ଗତ ତା ୨୦/୦୨/୨୦୨୬ ଶୁକ୍ରବାର ଦିନ ଅପରାହ୍ନ ଘ ୨. ୪୦ ମି ସମୟରେ ପରଲୋକ ଗମନ କଲେ । ସେ ୧୯୯୭ ରୁ ୨୦୦୨ ପର୍ଯ୍ୟନ୍ତ ସୁନାମୁଦି ଗ୍ରାମ ପଂଚାୟତର ସମିତି ସଭ୍ୟା ଭାବେ ନିର୍ବାଚିତ ହେବା ସହିତ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରିଥିଲେ । ସେ ଜଣେ ମିଷ୍ଠଭାଷୀ ମେଲାପୀ ଧର୍ମ ପରାୟଣା ମହିଳା ଥିଲେ । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ଜୟରାମ ସାହୁ ଙ୍କ ସହିତ ପୁତ୍ର ଦୁର୍ୟ୍ୟୋଧନ, ନାତି ଅଜିତ ଅମିତ ପଶ୍ଚିମ ଓଡିଶା ତୈଳୀକ ବୈଶ୍ୟ ସମାଜର ରାଜ୍ୟ ସମ୍ପାଦକ ତଥା ପୁତୁରା ମୋହନ ସାହୁ, କୋଶଲି କବି କ୍ଷୀରୋଦ୍ର କୁମାର ସାହୁ, ଭାରତୀୟ କିଷାନ ୟୁନିୟନର ରାଜ୍ୟ ସଭାପତି ସୌରୀ କୁମାର ସାହୁଙ୍କ ସମେତ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ । ରାତି ପ୍ରାୟ ୮ଘଣ୍ଟା ସମୟରେ ଗାଁ ମଶାଣିରେ ତାଙ୍କ ଶବଦାହ କରାଯାଇଥିଲା । ତାଙ୍କର ଏକମାତ୍ର ପୁତ୍ର ଏଡଭୋକେଟ ଦୁର୍ଯ୍ୟଧନ ସାହୁ ମୁଖାଗ୍ନି ଦେଇଥିଲେ ।

yuvodaya
Leave A Reply

Your email address will not be published.