pakka

କେଭି ମହାବିଦ୍ୟାଳୟରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ସଂପାନ ଆୟୋଜିତ

bbehera
  • ଓଡିଆ ଉପନ୍ୟାସରେ ନାରୀ ଚେତନା
  • ନାରୀ ମନସ୍ତତ୍ୱକୁ ନେଇ ଆହୁରୀ ଉପନ୍ୟାସ ଲେଖା ଜରୁରୀ

କଂଟାବାଞ୍ଜି, (କେପିଏନ୍‌ଏସ୍‌) : ନାରୀ ମନସ୍ତତ୍ୱକୁ ନେଇ ଆହୁରୀ ଉପନ୍ୟାସ ଲେଖା ଜରୁରୀ । ଓଡିଆ ଉପନ୍ୟାସ ଜଗତରେ ନାରୀ ଚେତନାକୁ ନେଇ ଅନେକ ଉପନ୍ୟାସ ରଚିତ ହୋଇଛି । ଫକୀର ମୋହନ, କାହ୍ନୁ ଚରଣ, କାଳିନ୍ଦୀ ଚରଣ, ପ୍ରତିଭା ରାଏ ଏବଂ ଆହୁରୀ ଅନେକ କାଳଜୟୀ ଶ୍ରଷ୍ଠା ତାଙ୍କ ରଚନା ମାଧ୍ୟମରେ ନାରୀର ମନ, ଚିନ୍ତନ ଏବଂ ଅନ୍ଥସ୍ୱରକୁ ନେଇ ଅନେକ ଉପନ୍ୟାସ ରଚନା କରିଛନ୍ତି । ଯେଉଁଥିରେ କି ନାରୀର ବିଭିନ୍ନ ରୂପ ଯଥା ମା’, ସ୍ତ୍ରୀ, ପ୍ରେମିକ ସହ ସଂମ୍ପୂର୍ଣ୍ଣ ନାରୀତ୍ୱର ମନସ୍ତତ୍ୱ ଲିପିବଦ୍ଧ ହୋଇଛି । ଏ ମତ ପ୍ରକାଶ ପାଇଥିଲା କେଭି ମହାବିଦ୍ୟାଳୟ ଠାରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଓଡିଆ ଉପନ୍ୟାସରେ ନାରୀ ଚେତନା ବିଷୟ ଉପରେ ଆୟୋଜିତ ସଂପାନରେ । ସ୍ନାତୋକତ୍ତର ବିଭାଗର ମୁଖ୍ୟ ଡ. ସଂଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଂପାନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର । ସମ୍ମାନିତ ଅତିଥି ଭାବେ ଡ. ଗୋବର୍ଦ୍ଧନ ନାୟକ, ମନୋଜ କୁମାର ମହାକୁଡ, ସାହିତ୍ୟିକା ଗୀତାଞ୍ଜଳି ନାୟକ ଯୋଗ ଦେଇଥିଲେ । ଓଡିଆ ଅଧ୍ୟାପିକା ପ୍ରଭାସିନୀ ରାଉତରାୟ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଗୀତାଞ୍ଜଳି ନାୟକଙ୍କ ଅଣୁ ଉପନ୍ୟାସ ଖିନ୍ନ ବୀଣାର ସ୍ୱର ଉନ୍ମୋଚିତ ହୋଇଥିଲା । ଛାତ୍ରୀ ଲୋପାମୁଦ୍ରା ଦାସ ଶ୍ରୀମତୀ ନାୟକଙ୍କ ଜୀବନୀ ଓ ପ୍ରତିଭା ବିଷୟରେ କହିଥିବା ବେଳେ ଛାତ୍ରୀ ପ୍ରିୟଦର୍ଶିନୀ ପ୍ରଧାନ, ମାମିନା ମେହେର, ରୋହିଣୀ ନାଗ ଏବଂ ଛାତ୍ର ଅର୍ଜ୍ଜୁନ ମହାକୁଡ ଓ ହିପୋ ରଣା ଓଡିଆ ଉପନ୍ୟାସରେ ନାରୀ ଚେତନା ବିଷୟରେ ସ୍ୱରଚିତ ପ୍ରବନ୍ଧ ପାଠ କରିଥିଲେ । ଛାତ୍ରୀ ଲକି ଦେହୁରୀ ସଭା ପରିଚାଳନା କରିଥିବା ବେଳେ ଛାତ୍ରୀ କାଜଲ ମହାକୁଡ ଧନ୍ୟବାଦ ଦେଇଥିଲେ । ଉକ୍ତ ସଂପାନରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ସହ କଂଟାବାଞ୍ଜି ଓ ବେଲପଡା ଅଂଚଳର ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

four × five =